ନିଜ ଓଜନକୁ କମାଇ ଦଳର ଓଜନ ବଢାଓ ! ରେଣୁକା ଚୌଧୁରୀଙ୍କୁ ବ୍ୟଙ୍ଗ କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

Advertisment
ନିଜ ଓଜନକୁ କମାଇ ଦଳର ଓଜନ ବଢାଓ ! ରେଣୁକା ଚୌଧୁରୀଙ୍କୁ ବ୍ୟଙ୍ଗ କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

କନକ ବ୍ୟୁରୋ : ରାଜ୍ୟସଭାର ବିଦାୟୀ ଅଭିଭାଷଣ ପରେ ରେଣୁକା ଚୌଧୁରୀଙ୍କୁ ବ୍ୟଙ୍ଗ କଲେ ଭେଙ୍କିୟା ନାଇଡୁ । ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହୋଇଥିବାରୁ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ରଖିଥିଲେ ବିଦାୟୀ ଅଭିଭାଷଣ । ତାଙ୍କ ଓଜନକୁ ନେଇ ଅନେକ ନେତା ଚିନ୍ତିତ ଥିବା ଓ ରାଜନୀତିରେ ଓଜନ ଅଧିକ ହେବା ଉଚିତ ବୋଲି ସେ ଅଭିଭାଷଣରେ କହିଥିଲେ । ଏହାର ତୁରନ୍ତ ଜବାବ୍ ଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।

publive-image

ରେଣୁକା ଚୌଧୁରି ନିଜ ଓଜନ କମାଇ ଦଳର ଓଜନ ବଢ଼ାଇବାକୁ ଧ୍ୟାନ ଦେବା ଉଚିତ ବୋଲି ଭେଙ୍କିୟା କହିଥିଲେ । ଏହାକୁ ନେଇ ରାଜ୍ୟସଭାରେ ପ୍ରବଳ ହାସ୍ୟରୋଳ ପ୍ରକାଶ ପାଇଥିଲା । ପୂର୍ବରୁ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ବେଳେ ଜୋରରେ ହସି ଚର୍ଚ୍ଚାକୁ ଆସିଥିଲେ ରେଣୁକା ଚୌଧୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe