ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । କୋଭିଡ୍ ନିୟମ ଅନୁପାଳନ ନେଇ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।

94

କନକ ବ୍ୟୁରୋ: ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାଳରେ କୋଭିଡ୍ ନିୟମ ଅନୁପାଳନ କରିବା ନେଇ କଡା ନିର୍ଦ୍ଦେଶ ଦିଆଯାଇଛି ।

ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ଆରଟିପିସିଆର ଟେଷ୍ଟ ହେବ । ଏହାସହିତ କଟକ ସ୍ଥିତ ସାରଳା ଭବନ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିବାକୁ ଥିବା ପ୍ରତ୍ୟେକ ଲୋକର କୋଭିଡ୍ ଟେଷ୍ଟ ହେବ । ଏହାସହ ସଭାସ୍ଥଳରେ ଉପସ୍ଥିତ ରହିବାକୁ ଥିବା ଲୋକମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତାରେ ବସିବେ । ବିମାନ ବନ୍ଦର, ଗସ୍ତକାଳ, ରହଣୀ ସମୟରେ କୋଭିଡ୍ ନିୟମ କଡାକଡି ପାଳନ କରିବାକୁ ପୋଲିସ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉପରାଷ୍ଟ୍ରପତି ସଭାସ୍ଥଳରେ କୌଣସି ପ୍ରକାର ଫୁଲତୋଡା କିମ୍ବା ଅନ୍ୟ ଉପହାର ସିଧାସଳଖ ଗ୍ରହଣ କରିବେ ନାହିିଁ ।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳାଙ୍କ ସୂଚନା ମୁତାବକ, ଏପ୍ରିଲ ଦୁଇ ତାରିଖ ପୂର୍ବାହ୍ନରେ ଉପରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିବେ । ସେଠାରୁ ସେ ରାଜଭବନ ଅଭିମୁଖେ ଯାତ୍ରା କରିବେ । ସେଠାରୁ ଉପରାଷ୍ଟ୍ରପତି କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନଠାରେ ଆଦି କବି ସାରଳା ଦାସଙ୍କ ୬ଶହ ତମ ଜନ୍ମଜୟନ୍ତୀ ଏବ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ ଯୋଗଦେବେ । ଏପ୍ରିଲ ୩ ତାରିଖରେ ଉପରାଷ୍ଟ୍ରପତି ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।