ଏପ୍ରିଲ ୨ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି : ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରାଯାଉଛି କରୋନା ପରୀକ୍ଷା

 ମଂଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର ହେଉଛି ଆଂଟିଜେନ୍ ଟେଷ୍ଟ

87

କନକ ବ୍ୟୁରୋ : ଏପ୍ରିଲ ୨ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି । ସମାବର୍ତ୍ତନ ଉତ୍ସବରେ ମଂଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । ସକାଳୁ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି ।

ଏବେ ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଭାଗରେ ପୁରସ୍କାର ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଉଛି । ଏହାସହ ସେଦିନ ସଭା ମଂଚରେ ଉପସ୍ଥିତ ରହିବାକୁ ସ୍ଥିର ହୋଇଥିବା ଅତିଥି, ଶିକ୍ଷାବିତଙ୍କ ମଧ୍ୟ ଆଂଟିଜେନ୍ ଟେଷ୍ଟ କରାଯାଉଛି । ଏହା ସହ ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ଅନ୍ୟ ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ମଧ୍ୟ ଆରଟିପିସିଆର କରୋନା ପରୀକ୍ଷା କରାଯିବ ।

Comments are closed.