ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବିମାନବନ୍ଦରରେ ରାଜ୍ୟପାଳଙ୍କ ସହ ଅର୍ଥମନ୍ତ୍ରୀ କଲେ ସ୍ୱାଗତ

Advertisment
କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଭେଙ୍କେୟା ନାଇଡୁ । ନିର୍ଦ୍ଧାରିତ ସମୟର ୧୦ ମିନିଟ ପୂର୍ବରୁ ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ପହଞ୍ଚିବା ପରେ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ , ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ବରିଷ୍ଠ ପୋଲିସ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ ।
publive-imageଏହାପରେ କଡା ସୁରକ୍ଷାବଳୟ ମଧ୍ୟରେ ରାଜଭବନ ଅଭିମୁଖେ ବାହାରିଛନ୍ତି ଭେଙ୍କେୟା ନାଇଡୁ । ତେବେ ମିଳିଥିବା ସୂଚନା ଅନୁସାରେ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେଉଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ସୋମବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହାସହ ଉପରାଷ୍ଟ୍ରପତି ଭାରତୀୟ ଯୁବଶକ୍ତି ଟ୍ରଷ୍ଟ  ପକ୍ଷରୁ ରେଳ ଭବନ ପ୍ରେକ୍ଷାଳୟରେ ଆୟୋଜନ ହେଉଥିବା ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe