କାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ । ରଥଯାତ୍ରା ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି ।

136

କନକ ବ୍ୟୁରୋ : ଆସନ୍ତାକାଲି ପବିତ୍ର ରଥ ଯାତ୍ରା । ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ ଜଗନ୍ନାଥ । ଏହି ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ନିଜର ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥ ଭଗବାନ ବିଷ୍ଣୁଙ୍କ ଏକ ଅବତାର ଭାବେ ପରିଗଣିତ ହୁଅନ୍ତି । ରଥଯାତ୍ରାରେ ସବୁ ବର୍ଗର ଲୋକ ଏକାଠି ହୋଇ ଏହାକୁ ପାଳନ କରନ୍ତି । ରଥଯାତ୍ରା ସହ ଜଡିତ ଏହି ପବିତ୍ର ଚିନ୍ତାଧାରା ଆମ ଜୀବନକୁ ଶାନ୍ତି ଓ ସଦ୍ଭାବ ପଥରେ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।