ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି । ୫ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କଲେ ଭେଙ୍କିୟା ନାଇଡୁ ।

Advertisment
ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି । ୫ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କଲେ ଭେଙ୍କିୟା ନାଇଡୁ ।

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଭେଙ୍କିୟା ନାଇଡୁ । ସମାରୋହରେ ଅଧ୍ୟକ୍ଷତା କରିବେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇଛନ୍ତି ।

ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାବା ଆଟମିକ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି ।

ଉତ୍ସବସ୍ଥଳରେ ୨ ହଜାର ଲୋକ ବସିବା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କରୋନା ପାଇଁ ତାହାକୁ ୫୦୦ରେ ସୀମିତ ରଖାଯାଇଥିବା ବେଳେ ଶେଷ ମୂହୁର୍ତ୍ତରେ ନିଷ୍ପତିରେ ପରିବର୍ତନ କରାଯାଇଛି । ଉତ୍ସବରେ ମାତ୍ର ୧୮୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ବର୍ତମାନର ଛାତ୍ରଛାତ୍ରୀଙ୍କୁ ଉତ୍ସବ ସ୍ଥଳରେ ବସିବାକୁ ଅନୁମତି ମିଳିବ ନାହିଁ । ଅଧ୍ୟାପକ ଓ କର୍ମଚାରୀ ବି ସାମିଲ ହେବେ ନାହିଁ ।

ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ଓ ସିନେଟ ସଦସ୍ୟ ସାମିଲ ହେବେ । ହାତଗଣତି କେତେଜଣ ଅତିଥିଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମଳିଛି ।ସେହିପରି ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି । ୭୦ ଜଣ ସ୍ୱେଚ୍ଛାସେବୀ ରହିବାକୁ ଥିବା ବେଳେ ଏହାକୁ ୧୦ ମଧ୍ୟରେ ସୀମିତ ରଖାଯାଇଛି । ପ୍ରତି ସିଟ ମଧ୍ୟରେ ୬ ଫୁଟର ଦୂରତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe