କନକ ବ୍ୟୁରୋ : ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନାହିଁ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟି । ମମତା ବାନାର୍ଜୀଙ୍କ ଏଭଳି ଘୋଷଣା ପରେ ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଆଲ୍ୱା ମାର୍ଗାରେଟ । ସେ କହିଛନ୍ତି କି ଦେଶ ଯେଭଳି ସ୍ଥିତି ଦେଇ ଗତି କରୁଛି ଏହି ସମୟରେ ଅହଂକାର ଓ କ୍ରୋଧ ନୁହେଁ ବରଂ ସାହସିକତା ସହକାରେ ଏକତାକୁ ମଜବୁତ କରିବା ଆବଶ୍ୟକ । ଏହାସହ ମମତା ବାନାର୍ଜୀ ବିରୋଧୀଙ୍କ ସହ ଠିଆ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

Advertisment

କହିରଖୁ କି ବିରୋଧୀ ମେଣ୍ଟ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଘୋଷଣା କରିଛନ୍ତି କି ଉପ ରାଷ୍ଟ୍ରପତି ନିର୍ବାଚନରେ ଦଳ ଦୂରେଇ ରହିବ । ମମତା କହିଥିଲେ କି ଟିଏମସିର ସର୍ବ ସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଟିଏମସିର କହିବା କଥା କି ବିରୋଧୀଦଳମାନେ ଟିଏମସିର ବିନା ପରାମର୍ଶରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିଛନ୍ତି । ତେଣୁ ଦଳ ଏକ ଲୋକତାନ୍ତ୍ରିକ ଦଳ ହିସାବରେ ତାର ବିନା ପରାମର୍ଶରେ ବିରୋଧୀମାନେ ଏଭଳି ନିଷ୍ପତ୍ତି ନେଇଥିବାରୁ ଏହାକୁ ଦଳ ଗ୍ରହଣ କରିବ ନାହିଁ ।

ସୂଚନା ଥାଉକି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜୁଲାଇ ୨୨ ତାରିଖ ସୁଦ୍ଧା ନାମାଙ୍କନ ଶେଷ ହୋଇଛି । ଭୋଟ ଗ୍ରହଣ ସରିବା ପରେ ସେହିଦିନ ଅର୍ଥାତ ଅଗଷ୍ଟ ୬ ତାରିଖରେ ଭୋଟ ଗଣତି ହେବ ।