ଜମ୍ମୁ-କାଶ୍ମୀର ପାଇଁ ଉପରାଜ୍ୟପାଳ ଘୋଷଣା କଲେ ୧,୩୫୦ କୋଟିର ଆର୍ଥିକ ପ୍ୟାକେଜ : ବ୍ୟବସାୟ ଋଣରୁ ୫ ପ୍ରତିଶତ ଛାଡ କରାଯିବ, ବିଜୁଳି ଓ ପାଣି ବିଲ ଉପରେ ୫୦ ପ୍ରତିଶତ ଛାଡ, ମହିଳା ଓ ଯୁବ ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ଡେସ୍କ 

340
କନକ ବ୍ୟୁରୋ : ଜମ୍ମୁ- କାଶ୍ମୀରର ବିକାଶ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ୧୩ ଶହ ୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆଜି ଏହି ଘୋଷଣା ବେଳେ ଶ୍ରୀ ସିହ୍ନା କହିଛନ୍ତି କି ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଉଦ୍ୟେଗ ଜଗତର ଲୋକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରି ମୋତେ ଖୁସି ଲାଗୁଛି । ଏହି ପ୍ୟାକେଜ ଆତ୍ମନିର୍ଭର ଭାରତ ଓ ଜମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ସମ୍ଭବ ହୋଇଛି ।  ସେ ଆହୁରି କହିଛନ୍ତି କି ଏହି ପ୍ୟାକେଜ ଚଳିତ ଆର୍ଥିକ ବର୍ଷରେ ବ୍ୟବସାୟ ସମୁଦାୟରେ ଯୋଡି ହୋଇଥିବା ଲୋକଙ୍କ ଋଣରୁ ବିନା କୌଣସି ସର୍ତ୍ତରେ ୫ ପ୍ରତିଶତ ଛାଡ କରାଯିବ । ଏହି ସୁବିଧା ୬ ମାସ ପାଇଁ ଲାଗୁ କରାଯିବ । ଏହାଦ୍ୱାରା ବେପାରୀ ଓ ରୋଜଗାର ଖୋଜୁଥିବା ଲୋକଙ୍କ ପାଇଁ ଏକ ସହାୟତା ହେବ ।
ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କି ଏହି ପ୍ୟାକେଜ ମାଧ୍ୟମରେ ଏକବର୍ଷ ପାଇଁ ବିଜୁଳି ଓ ପାଣି ବିଲ୍ ରୁ ୫୦ ପ୍ରତିଶତ ଛାଡ କରାଯିବ । ଏହାସହ ଋଣନେଇଥିବା ଲୋକଙ୍କ ମାମଲାରେ ମାର୍ଚ୍ଚ ୨୦୨୧ ଯାଏ ଷ୍ଟାମ୍ପଡ୍ୟୁଟି ବି ଛାଡ କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ବେପାର କରୁଥିବା ଲୋକଙ୍କ ପାଇଁ ଜମ୍ମୁ- କାଶ୍ମୀର ବ୍ୟାଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ସ୍କିମ ସ୍ଥାପନା କରାଯିବ ।
ଜମ୍ମୁ- କାଶ୍ମୀର ର ଉପରାଜ୍ୟପାଳ କହିଛନ୍ତି କି କ୍ରେଡିଟ୍ କାର୍ଡ ସ୍କିମ ମାଧ୍ୟମରେ ହସ୍ତଶିଳ୍ପ ଉଦ୍ୟେଗରେ କାମ କରୁଥିବା ଲୋକମାନଙ୍କ ପାଇଁ ଅଧିକତମ ସୀମା ୧ ଲକ୍ଷ ଟଙ୍କାରୁ ୨ ଳକ୍ଷ ଟଙ୍କା ଯାଏ ବଢାଯିବାକୁ ନିସ୍ପତ୍ତି ହୋଇଛି । ସେମାନଙ୍କୁ ୭ ପ୍ରତିଶତ ସୁଧ ଛାଡ କରାଯିବ । ଅନ୍ୟପଟେ ଅକ୍ଟୋବର ମାସରୁ ଜମ୍ମୁ ଏଣ୍ଡ କାଶ୍ମୀର ବ୍ୟାଙ୍କ ଦ୍ୱାରା ମହିଳା ଓ ଯୁବ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡେସ୍କ ଆରମ୍ଭ ହେବ ।