କନକ ବ୍ୟୁରୋ : କଂଗ୍ରେସ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ସୋମବାର ଦିନ ଦଳର ସର୍ବୋଚ୍ଚ ସଂଗଠନ କଂଗ୍ରେସ ୱାର୍କିଂ କମିଟିର ବୈଠକ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଦଳ ଭିତରେ ମତଭେଦ ଦେଖିବାକୁ ମିଳିଛି । ୨୦ ଜଣ ବରିଷ୍ଠ ନେତାଙ୍କ ଚିଠି ଏହି ହଲଚଲ ସୃଷ୍ଟି କରିଛି । ଏଥିରେ ଲେଖାଯାଇଥିଲା ଜଣେ ପୂର୍ଣ୍ଣକାଳିନ ଏବଂ ସକ୍ରିୟ ସଭାପତି ଦାୟିତ୍ୱ ନେବା ଦରକାର । ଦଳରେ ସମ୍ପୂର୍ଣ୍ଣ ସାଂଗଠନିକ ପରିବର୍ତନ ପାଇଁ ଏହି ଚିଠିରେ ଆହ୍ୱାନ ଦିଆଯାଇଥିଲା ।
ସେପଟେ ଓଡିଶାରେ ମଧ୍ୟ ଦଳ ଭିତରେ ହଲଚଲ ଦେଖିବାକୁ ମିଳିଛି । ବିଧାୟକ ତାରା ବାହିନୀପତିଙ୍କ ବାସଭବନରେ କିଛି କଂଗ୍ରେସ ନେତାଙ୍କ ବୈଠକ ବସିଥିଲା । ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା, ବାପି ସର୍ଖେଲ ଓ ମାନସ ଚୌଧୁରୀ ବୈଠକରେ ଉପସ୍ଥିତ ଥିଲେ । ବୈଠକ ପରେ ଦାଶରଥି ଓ ରମେଶ ଜେନା ତାରାଙ୍କ ସପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।
ପିସିସି ସଭାପତି ଦୌଡରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୁକିମ ଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ତାରାଙ୍କୁ ପଚାରିବାରୁ ସେ ଏହାକୁ ଏଡାଇ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/18-24.jpg)