ନିଖୋଜ ହେବା ପୂର୍ବରୁ ପରିବାର ପାଇଁ ଭାବୁକ ପୂର୍ଣ୍ଣ ଚିଠିି ଲେଖିଲେ କ୍ୟାଫେ କଫି ଡେ’ର ମାଲିକ ବିଜି ସିଦ୍ଧାର୍ଥ ! କହିଲେ ମୋତେ କ୍ଷମା କରିଦେବ ,ମୋ ଉପରେ କରଜର ବୋଝ ରହିଛି ।

447

କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସଏମ୍ କୃଷ୍ଣାଙ୍କ ଜ୍ୟୋଇଁ ତଥା ଏସିଆର ସବୁଠାରୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ’ର ସଂସ୍ଥାପକ ତଥା ମାଲିକ ବିଜି ସିଦ୍ଧାର୍ଥ ବାଙ୍ଗାଲୋରର ମାଙ୍ଗଲୋରରୁ ଅଚାନକ ନିଖୋଜ ହୋଇଯାଇଛନ୍ତି । ପରିବାର କହିବାନୁସାରେ ସେ ସୋମବାର ସନ୍ଧ୍ୟାରେ ଘରୁ ବାହାରିଥିଲେ ସେହି ସମୟଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ । ତାଙ୍କ ଫୋନ୍ ବନ୍ଦ ଆସୁଥିବାବେଳେ ଡ୍ରାଇଭର୍ ର କହିବାନୁସାରେ ଉଲ୍ଳଲ ପୁଲରୁ ସେ ଡେଇଁପଡିଥିବା କଥା ଆଶଙ୍କା କରାଯାଉଛି । ତେବେ ତାଙ୍କର ଏକ ଚିଠି ମଧ୍ୟ ମିଳିଛି ଯେଉଁଥିରେ ସେ ବୋର୍ଡ ଅଫ୍ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦାବସ୍ତା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା ଜାହିର କରିଛନ୍ତି । ପୋଲିସ୍ ହେଲିକ୍ୟାପ୍ଟର ଏବଂ କୋଷ୍ଟ ଗାର୍ଡର ସହାୟତାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ ଡ୍ରାଇଭରର ବୟାନ ଏବଂ ପୋଲିସର ସନ୍ଦେହ ଅନୁସାରେ ସେ ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ନିଖୋଜ ହେବା ପରେ ମିଳିଥିବା ଚିଠିରେ ସେ ଲେଖିଛନ୍ତି ,

“ ମୁଁ ଆଶା କରୁଛି ଆପଣ ମାନେ ମୋତେ କ୍ଷମା କରିଦେବେ ।”

ବୋର୍ଡ ଅଫ୍ ଡିରେକ୍ଟର ଏବଂ ସିସିଡି ପରିବାରକୁ ଲେଖିଥିବା ଚିଠିରେ ସେ କମ୍ପାନୀର ମାନ୍ଦାବସ୍ତା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା ଜାହିର କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ,

 

“ମୁଁ ସିସିଡିକୁ ଲାଭଦାୟକ ବ୍ୟବସାୟର ମଡେଲ୍ କରିବାରେ ଅସଫଳ ରହିଲି । ମୁଁ ମୋ ପୁରା ଜୀବନ ଏହି କମ୍ପାନୀରେ ଲଗାଇଛି ଏବଂ ବହୁତ ଚେଷ୍ଟା ମଧ୍ୟ କରିିଛି । କିନ୍ତୁ ଏ ସ୍ୱପ୍ନକୁ ପୂରଣ କରିପାରିଲି ନାହିଁ । ଏଥିପାଇଁ ଆଶାକରୁଛି ଆପଣମାନେ ମୋତେ କ୍ଷମା କରିଦେବେ । ଏହି ପ୍ରତିକୂଳ ପରିସ୍ଥିତିରୁ ବାହାରିବା ପାଇଁ ବହୁତ ଚେଷ୍ଟା କରିଛି କିନ୍ତୁ ମୁଁ ଆଉ ପାରୁନାହିଁ । ଅଧିକ ଚାପ ନେବା ପାଇଁ ମୁଁ ଆଉ ସକ୍ଷମ ନୁହେଁ । ମୋ ଉପରେ ବନ୍ଧୁମାନଙ୍କ ଖୁବ୍ କରଜ ରହିଛି । କିଛି ବେସରକାରୀ ପାର୍ଟନର୍ ମଧ୍ୟ ମୋତେ ସେୟାର୍ ବିକ୍ରି କରିବା ପାଇଁ କହୁଛନ୍ତି , ମୁଁ ଆଉ ପାରୁନି ।”

ସିଦ୍ଧାର୍ଥ ଆୟକର ବିଭାଗର ଜଣେ ପୂର୍ବ ମହାନିର୍ଦ୍ଦେଶକ (ଡିଜି)ଙ୍କ ଉପରେ ମଧ୍ୟ ପ୍ରତାଡନାର ଅଭିଯୋଗ ଲଗାଇ କହିଛନ୍ତି , ଜଣେ ପୂର୍ବ ଡିଜି ମୋ ସେୟାରକୁ ବିକ୍ରି ୨ ଥର ଆଟାଚ୍ କରିଛନ୍ତି । ଯେଉଁଥିପାଇଁ ତାଙ୍କ ମାଇଣ୍ଡଟ୍ରିଙ୍କ ସହ ତାଙ୍କ ଡିଲ୍ ବ୍ଲକ୍ ହୋଇଯାଇଥିଲା ଏବଂ ପରେ ଏହା କଫି ଡେ ର ସେୟାର୍ ର ସ୍ଥାନ ନେଇଥିଲା । ସିଦ୍ଧାର୍ଥ ଏହାକୁ ଅନୁଚିତ୍ କହିବା ସହ ତାଙ୍କ ବ୍ୟବସାୟରେ କ୍ଷତି ହୋଇଥିବା ମଧ୍ୟ କହିଛନ୍ତିି । ନିଜ ଚିଠିରେ ସେ କାହାକୁ ଦୋଷାରାପ କରିନଥିବା କଥା କହିଥିବା ବେଳେ ନିଜର ଅସଫଳତାକୁ ପରିପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ କ୍ଷମା କରିଦେବା ପାଇଁ ମଧ୍ୟ କହିଛନ୍ତି । ଚିଠିରେ ସେ କହିଛନ୍ତି ଯେ ତାଙ୍କ ଉପରେ ଥିବା କରଜରୁ ଅଧିକ ତାଙ୍କ ସଂପତ୍ତି ରହିଛି ତେଣୁ କରଜକୁ ସହଜରେ ପରିବାର ଶୁଝିପାରିବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ , ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ ଫୋନରେ ୫୬ ସେକେଣ୍ଡ କଥାବାର୍ତ୍ତା କରି କମ୍ପାନୀର ଯତ୍ନ ନେବାକୁ କହିଥିଲେ । କଥାହେବା ସମୟରେ ସେ ଖୁବ୍ ଭାଙ୍ଗିପଡିଥିବା ଭଳି ଲାଗୁଥିଲେ । ଏହାପରେ ସେ ଫୋନ୍ ବନ୍ଦ କରିଦେଇଥିଲେ ।