ପଶୁ ଚିକିତ୍ସକଙ୍କ ଆନ୍ଦୋଳନର ପ୍ରଭାବ । ଚିକିତ୍ସା ଅଭାବରୁ ପୋକ ମାଛି ପରି ମରୁଛନ୍ତି ଗୃହପାଳିତ ପଶୁପକ୍ଷୀ

70

କନକ ବ୍ୟୁରୋ : ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ମୃତ୍ୟୁ ମୁଖରେ ଗୃହପାଳିତ ପଶୁପକ୍ଷୀ । ଆଜିକୁ ୨୧ ଦିନ ହେଲା ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ଅଛନ୍ତି   । କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଫଳରେ ଜିଲ୍ଲା ବ୍ୟାପୀ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଧାରଣାରେ ବସିଛନ୍ତି ପଶୁଡାକ୍ତରମାନେ । ଜିଲ୍ଲାର ୮୫ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ଯୋଗୁଁ ଜିଲ୍ଲାର ୪୨ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସେବା ଠପ ହୋଇଛି । ଏହାର ପ୍ରଭାବରେ ଚିକିତ୍ସା ନପାଇ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯାଉଛି । ଚିକିତ୍ସା ଅଭାବରୁ ମୃୃତ ଗାଇ ଓ କୁକୁଡା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଂଚିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।