କନକ ବ୍ୟୁରୋ: ପୁଅ ଆନନ୍ଦଙ୍କ ସହ ଦୁବାଇରେ କିଛି ଦିନ ରହିବାକୁ ଯାଇଥିଲେ ବଲିଉଡର ସୁନାମଧନ୍ୟା କଣ୍ଠଶିଳ୍ପୀ ଆଶା ଭୋଁସଲେ । ତାଙ୍କ ସହ ରହୁଥିଲେ ସାନ ପୁଅ ଆନନ୍ଦ ଭୋଁସଲେ । ହେଲେ ସେଠାରେ ଅଚାନକ ଆନନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ଏବେ ପୁଅ ସହ ହସ୍ପିଟାଲରେ ଅଛନ୍ତି ଆଶା ଭୋଁସଲେ ।
ମିଡିଆ ରିପୋର୍ଟ ମୁତାବକ, ହଠାତ୍ ଆନନ୍ଦଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ତାଙ୍କ ଶରୀରରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିଲା । ତେଣୁ ତାଙ୍କୁ ଦୁବାଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କୁ ନର୍ମାଲ କ୍ୟାବିନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Advertisment

ଏବେ ଆଶା ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି । ଅତୀତରେ ତାଙ୍କ ସହ ଅନେକ କିଛି ଦୁର୍ଘଟଣା ଘଟିଯାଇଛି । ତାଙ୍କର ୩ଜଣ ସନ୍ତାନ ଥିବାବେଳେ ବଡପୁଅ ହେମନ୍ତ ବଲିଉଡର ଜଣେ ସୁାମଧନ୍ୟ କଣ୍ଠଶିଳ୍ପୀ ଥିଲେ ଯିଏ ୨୦୧୫ରେ କ୍ୟାନସରରେ ପ୍ରାଣ ହରାଇଥିବାବେଳେ , ଝିଅ ବର୍ଷା ମଧ୍ୟ ୨୦୧୨ରେ ଆତ୍ମହତ୍ୟା କରିଥିଲେ । ନିକଟରେ ବଡ ଭଉଣୀ ଲତା ମଙ୍ଗେସ୍କରଙ୍କ ମୃତ୍ୟୁରେ ଆଶା ମାନସିକ ସ୍ତରରେ ଭାଙ୍ଗିଯାଇଥିଲେ । ଏହି ଆଘାତର ଯନ୍ତ୍ରଣା ମନରୁ ନଯାଉଣୁ ଏବେ ସାନ ପୁଅ ଆନନ୍ଦଙ୍କ ଅସୁସ୍ଥତା ତାଙ୍କୁ ଅଧିକ କଷ୍ଟ ଦେଉଛି । ପୁଅ ସୁସ୍ଥ ହେବା ଯାଏଁ ଆଶା ଦୁବାଇରେ ରହିବାର ନିଷ୍ପତ୍ତି ନେଇଛନ୍ତି ।