ଆରପାରିରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି । ୮୮ ବର୍ଷ ବୟସରେ ପରଲୋକ ।

Advertisment
ଆରପାରିରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି । ୮୮ ବର୍ଷ ବୟସରେ ପରଲୋକ ।

କନକ ବ୍ୟୁରୋ : ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କର ଆଜି କଟକ ବାଦାମବାଡି ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ସେ ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟାମୁଣ୍ଡାଇର ପ୍ରସନାରେ ଜନ୍ମ ଗ୍ରହଣ କରିଥିଲେ । କଟକ ଆକାଶବାଣୀ କେନ୍ଦ୍ରରୁ ରାଖାଲ ମହାନ୍ତି ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ।

publive-imageରାଖାଲ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଚଳଚ୍ଚିତ୍ର ମଧ୍ୟରେ ‘ଘର ସଂସାର’, ‘ଅମର ପ୍ରେମ’, ‘ତ୍ରିନାଥ ମେଳା’ ଓ ‘ଅକ୍ଷୟ ତୃତୀୟା’ ଆଦି ଉଲ୍ଲେଖନୀୟ । ରାଖାଲଙ୍କ ପ୍ରତିଟି ସିନେମାର ଗୀତ ସୁପରହିଟ୍‌ ରହିଛି । ‘ଅକ୍ଷୟ ତୃତୀୟା’ର ଗତ ‘ଆସ କିଏ ଖାଇବ ହୋ ଆମ ରାଜାବାବୁ ଘର ଖାନା..’, ‘ଅମର ପ୍ରେମ’ର ଗୀତ ‘ନା ମାରନା…’, ‘ଘର ସଂସାର’ର ଗୀତ ‘ଗେଲ ବସରର ଦିନ ସରିଗଲା …’ ଏବଂ ‘ତ୍ରିନାଥ ମେଳା’ର ଗୀତ ‘ଆଲୋ ସୁନ୍ଦରି ତୋ କଥାରେ ନାଚିବି ଭାଲୁ ସାଙ୍ଗରେ..’ ଆଦି ଗୀତ ତାଙ୍କୁ ଅମର କରି ରଖିବ । ୨୦୧୭ରେ ରାଜ୍ୟ ସରକାର ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ଜଗତର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe