ନିଜର ସବୁକିଛି ଦାନ କରିଦେଲେ ବର୍ଷିଆନ୍ ଡାକ୍ତର ନାରାୟଣୀ ପଣ୍ଡା: ଛାତ୍ରୀ ନିବାସ ପାଇଁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଇଦେଲେ ନାରାୟଣୀ

166

କନକ ବ୍ୟୁରୋ: ଦାନ ଆକାରରେ ନିଜର ସର୍ବସ୍ୱ ଦାନ କରିଦେଇଛନ୍ତି ସମ୍ବଲପୁରର ଡାକ୍ତର ନାରାୟଣୀ ପଣ୍ଡା । ସରକାରୀ ମହାବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରୀଙ୍କ ସୁବିଧା ପାଇଁ ଏହି ମହତ କାର୍ଯ୍ୟ କରିଛନ୍ତି । ୪ ମାସ ପୂର୍ବରୁ ଏହି ଘର ହଷ୍ଟେଲ ଭାବେ ବ୍ୟବହାର ହେଉଛି । ତଥାପି ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ।

କଥା ଛଳରେ ଏକଥା ସମସ୍ତେ କୁହନ୍ତି, ସମସ୍ତ ଜାଣନ୍ତି । ହେଲେ ଅତିକମ ଲୋକ ଅଛନ୍ତି ଯେଉଁମାନେ କଥାଟିକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି ସମ୍ବଲପୁର ଡାକ୍ତର ନାରାୟଣୀ ପଣ୍ଡା । ଦାନ ଆକାରରେ ନିଜୟ ସର୍ବସ୍ୱ ଦାନ କରି ଦେଇଛନ୍ତି ନାରାୟଣୀ ମ୍ୟାଡମ୍ ।

ଶେଷ ସନ୍ତକ ଭାବେ ଥିବା ସମ୍ବଲପୁର ଭୁତାପଡ଼ାରେ ଥିବା ୬ ଡେସିମିଲ୍ ଜାଗାରେ ନିର୍ମିତ ୨ ମହଲା ଘରକୁ ଦାନ ଆକାରରେ ଦେଇଛନ୍ତି । ସମ୍ବଲପୁର ସହରରକୁ ପାଠ ପଢ଼ି ଆସୁଥିବା ଛାତ୍ରୀମାନଙ୍କର ସୁବିଧା ପାଇଁ ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ପ୍ରଦାନ କରିଛନ୍ତି ।

ନାରାୟୀଣୀ ପଣ୍ଡାଙ୍କ ଘର ଏବେ ହଷ୍ଟେଲ ଭାବେ ବ୍ୟବହାର ହୋଇ ଆସୁଛି । ଯଦିଓ ୪ ମାସ ପୂର୍ବରୁ ଏହି ଘର ହଷ୍ଟେଲ ଭାବେ ବ୍ୟବହାର ହେଉଛି । ତଥାପି ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଏହା ପୂର୍ବରୁ ଗଙ୍ଗାଧର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୩୦ ଲକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟର ବିକାଶ ପାଇଁ ୨୦ ଲକ୍ଷ, ସୁବାଷ ବୋଷ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୫ ଲକ୍ଷ ଟଙ୍କା ଦାନ ଆକାରରେ ପ୍ରଦାନ କରି ଦେଇଥିଲେ ।