କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି ବଡ ବଡ ନେତା ଦଳ ଛାଡିବାରେ ଲାଗିଛନ୍ତି । ଏହି କ୍ରମରେ ଅଭିଜ୍ଞ ନେତା ଅଂଶୁମାନ୍ ମହାନ୍ତି କଂଗ୍ରେସ ଛାଡିଥିବା ଖବର ଆସୁଛି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି ଅଂଶୁମାନ ।
ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ରୁ ୨୦୧୯ ଯାଏଁ ସେ ବିଧାୟକ ଥିଲେ । ରାଜନେତା ଭାବେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି ।