ଜଗତରୁ ଚାଲିଗଲେ ଅଭିନେତା ଜଗଦୀପ । ବାର୍ଦ୍ଧକ୍ୟ ଜନିତ ରୋଗରେ ୮୧ ବର୍ଷ ବୟସରେ ପରଲୋକ, ବଲିଉଡରେ ହାସ୍ୟ ଅଭିନୟକୁ ଦେଇଥିଲେ ଭିନ୍ନ ପରିଚୟ

Advertisment
ଜଗତରୁ ଚାଲିଗଲେ ଅଭିନେତା ଜଗଦୀପ । ବାର୍ଦ୍ଧକ୍ୟ ଜନିତ ରୋଗରେ ୮୧ ବର୍ଷ ବୟସରେ ପରଲୋକ, ବଲିଉଡରେ ହାସ୍ୟ ଅଭିନୟକୁ ଦେଇଥିଲେ ଭିନ୍ନ ପରିଚୟ

କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ଜଗଦୀପଙ୍କ ପରଲୋକ । ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର ଅଭିନୀତ ବ୍ଲକ ବଷ୍ଟର ମୁଭି ସୋଲରେ ସୁରମା ଭୋପାଲି ଭାବେ ଅଭିନୟ କରିଥିବା ଜଗଦୀପ ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡି ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ହାସ୍ୟ ଅଭିନେତା ଜଗଦୀପଙ୍କ ପ୍ରକୃତ ନାଁ ସୟଦ ଇସ୍ତିଆକ ଅହମ୍ମଦ ଜାଫ୍ରି । ତାଙ୍କର ଦୁଇପୁଅ ବଲିଉଡ କଳାକାର ଜାଭେଦ ଜାଫ୍ରି ଓ ଟେଲିଭିଜନ ନିର୍ଦ୍ଦେଶକ ନାଭେଦ ଜାଫ୍ରି । ଅବ ଦିଲ୍ଲୀ ଦୂର ନେହିଁ ଫିଲ୍ମରୁ ବଲିଉଡକୁ ପ୍ରବେଶ କରିଥିବା ଜଗଦୀପ, କେଏ ଅବ୍ୱାସଙ୍କ ମୁନ୍ନା, ଗୁରୁ ଦତଙ୍କ ଆର ପାର, ବିମଲ ରୟଙ୍କ ଦୋ ଭିଗା ଜମିନ ଏବଂ ଏଭିଏମ ପ୍ରଯୋଜନାରେ ହମ ପଂଛି ଏକ ଡାଲ କେ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ ।

ଦୀର୍ଘବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ସକ୍ରିୟ ଥିବାବେଳେ ୪ଶହରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି ଜଗଦୀପ । ବଲିଉଡରେ ହାସ୍ୟ ଅଭିନୟକୁ ଏକ ଭିନ୍ନ ଶିଖରକୁ ନେଇଯାଇଥିଲେ ଏହି କଳାକାର । ବିଶେଷ କରି ତାଙ୍କ ମୁହଁର ଭାବଭଙ୍ଗୀ ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇ ଥାଏ । କୁହାଯାଉଛି ହମ ପଂଛି ଏକ ଡାଲ କେ ଫିଲ୍ମରେ ତାଙ୍କ ଅଭିନୟରେ ମୁଗଧ ହୋଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଜଗଦୀପଙ୍କୁ ଉପହାର ଆକାରରେ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe