ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି । ସେପଟେ ଖବରକୁ ମିଛ କହିଲେ ପୂର୍ବତନ ସେନାପ୍ରମୁଖ, ରାଷ୍ଟ୍ରପତି କାର୍ଯ୍ୟାଳୟ ବି କଲା ଖଣ୍ଡନ

Advertisment
ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି । ସେପଟେ ଖବରକୁ ମିଛ କହିଲେ ପୂର୍ବତନ ସେନାପ୍ରମୁଖ, ରାଷ୍ଟ୍ରପତି କାର୍ଯ୍ୟାଳୟ ବି କଲା ଖଣ୍ଡନ

କନକ ବ୍ୟୁରୋ: ନିର୍ବାଚନୀ ପ୍ରଚାରରେ ଭାରତୀୟ ସେନା ତଥା ଯବାନମାନଙ୍କର ଫଟୋ ବ୍ୟବହାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି, ୧୫୦ରୁ ଅଧିକ ପୂର୍ବତନ ସୈନିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ଏନେଇ ଅଭିଯୋଗ କରିଛନ୍ତି । ହେଲେ ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି କୌଣସି ବି ଚିଠି ଆସିନଥିବା ଖଣ୍ଡନ କରାଯାଇଛି ।

ଏହାବ୍ୟତୀତ ଏହି ଚିଠିରେ ଯେଉଁ ସବୁ ଯବାନମାନଙ୍କର ନାଁ ସାମିଲ ରହିଛି, ସେମାନଙ୍କ ମଧ୍ୟରୁ ଜଣେ ଅବସର ପ୍ରାପ୍ତ ଏୟାର ମାର୍ସଲ ଏନ.ସି ସୁରୀ କହିଛନ୍ତି ଯେ, ସେ ଏଭଳି ପ୍ରକାରର କୌଣସି ବି ଚିଠିରେ ହସ୍ତାକ୍ଷର କରିନାହାଁନ୍ତି । ସେହିପରି ଜେନେରାଲ ଏସ ଏଫ୍ ରାଡ୍ରିଗ୍ଜ ମଧ୍ୟ ଏଭଳି ପ୍ରକାରର ଚିଠିରେ ନିଜ ନାଁ ସାମିଲ ନଥିବା କରିଛନ୍ତି । ସେ କହିଛନ୍ତି କି, ‘ମୋତେ ଜଣା ନାହିଁ , ଏହା କେଉଁଠୁ ଆସିଲା । ମୁଁ ମୋର ପୂରା ଜୀବନ ରାଜନୀତିଠାରୁ ଦୁରରେ ରହିଛି । ୪୨ ବର୍ଷର କ୍ୟାରିୟର ଭିତରେ ମୁଁ କେବେ ହେଲେ ରାଜନୀତି ପ୍ରସଙ୍ଗ ଉଠାଇନି । ମୁଁ ଜାଣି ନାହିଁ କି କେଉଁମାନେ ଏପ୍ରକାରର ଗୁଜବ ଖେଳାଇଛନ୍ତି ।’

publive-image

ଏଠାରେ କହି ରଖୁଛୁ କି, ଭାରତର କିଛି ପୂର୍ବତନ ସେନା ପ୍ରମୁଖ ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ନେଇ ଖବର ଆସିଥିଲା । ଏହି ସେନା ପ୍ରମୁଖମାନେ ସମସ୍ତେ ସୁପ୍ରିମ କମାଣ୍ଡର ଥିଲେ । ସେମାନେ ଚିଠିରେ ଜଣାଇଛନ୍ତି ଯେ, ରାଷ୍ଟ୍ରପତି ସମସ୍ତ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ କେହି ବି ମିଲିଟାରି ଆକ୍ସନ ବା ଅପରେସନର ରାଜନୀତିକରଣ ନ କରନ୍ତୁ। ଏହି ପତ୍ରରେ କୌଣସି ଏକ ରାଜନୈତିକ ଦଳର ନାମ ଉଲ୍ଲେଖ କରାଯାଇ ନାହିଁ ବା କାହାରିକୁ ଆକ୍ଷେପ କରାଯାଇନାହିଁ।

ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ଏହି ପୂର୍ବତନ ସେନା ପ୍ରମୁଖମାନଙ୍କ ମଧ୍ୟରେ ଅଛନ୍ତି ଜେନେରାଲ ଏସ ଏଫ୍ ରାଡ୍ରିଗ୍ଜ, ଜେନେରାଲ ଶଙ୍କର ରାୟ ଚୌଧୁରୀ, ଜେନେରାଲ ଦୀପକ କପୁର, ଆଡମିରାଲ୍ ଲକ୍ଷ୍ମୀନାରାୟଣ ରାମଦାସ,ଆଡମିରାଲ୍ ବିଷ୍ଣୁ ଭାଗବତ,ଆଡମିରାଲ୍ ଅରୁଣ ପ୍ରକାଶ, ଆଡମିରାଲ୍ ସୁରେଶ ମେହେଟ୍ଟା ଓ ଚିଫ୍ ମାର୍ସାଲ୍ ଏନ୍ ସି ସୁରୀ। ଏମାନେ ସମସ୍ତେ ଏକ ସ୍ୱରରେ ରାଷ୍ଟ୍ରପତିଙ୍କୁ ଦେଶର ସେନାର ଧର୍ମ ନିରକ୍ଷେପ ମୂଲ୍ୟକୁ ସୁରକ୍ଷିତ ରଖିବା ଲାଗି ଆଗ୍ରହ କରିଛନ୍ତି ବୋଲି ଖବର ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe