ପ୍ରସିଦ୍ଧ ଫିଲ୍ମ କଳାକାର ଓ ଲେଖକ ଗିରିଶ କର୍ଣ୍ଣଡଙ୍କ ପରଲୋକ, ଦୀର୍ଘଦିନର ଅସୁସ୍ଥତା ପରେ ନିଧନ

Advertisment
ପ୍ରସିଦ୍ଧ ଫିଲ୍ମ କଳାକାର ଓ ଲେଖକ ଗିରିଶ କର୍ଣ୍ଣଡଙ୍କ ପରଲୋକ, ଦୀର୍ଘଦିନର ଅସୁସ୍ଥତା ପରେ ନିଧନ

ଜ୍ଞାନପୀଠ ବିଜେତା ଗିରିଶ କର୍ଣ୍ଣଡଙ୍କ ପରଲୋକ । ବଲିଉଡର ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ସାହିତ୍ୟକ ଭାବେ ବେଶ୍ ପରିଚିତ ଥିଲେ ଗିରିଶ । ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଦ୍ୱାରା ସମ୍ମାନିତ । ୮୧ ବର୍ଷ ବୟସରେ ସେ ଆଜି ପ୍ରାଣ ହରାଇଛନ୍ତି । ଦୀର୍ଘଦିନରୁ ସେ ଅସୁସ୍ଥ ହୋଇ ବାଙ୍ଗାଲୋରରେ ଚିକିତ୍ସିତ ହେଉଥିଲେ ।

publive-image

ସେ ୧୯୬୧ ମସିହାରେ ସ୍ୱରଚିତ ୟଗତି ନାଟକ ପାଇଁ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ରଚିତ ଅନ୍ୟାନ୍ୟ ପ୍ରସିଦ୍ଧ ନାଟକ ମଧ୍ୟରେ ରହିଛି ତୁମ ଲକ୍, ହାୟାଭାଡାନା , ନାଗାମଣ୍ଡାଲା ଆଦି।କନ୍ନଡ ନାଟ୍ୟକାର ଗିରିଶ କର୍ଣ୍ଣଡ଼ଙ୍କୁ ଭାରତ ସରକାର ୧୯୭୪ରେ ପଦ୍ମଶ୍ରୀ ଓ ୧୯୯୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୧୯୯୯ରେ ସାହିତ୍ୟ ଜଗତର ସର୍ବୋଚ୍ଚ ସମ୍ମାନ ‘ଜ୍ଞାନପୀଠ’ପୁରସ୍କାର ଲାଭ କରିଥିଲେ। ୧୯୭୦ ମସିହାରେ ଗିରିଶ ଅଭିନୟ କ୍ଷେତ୍ରକୁ ଆସିଥିଲେ। ୧୯୭୦ ରେ ତାଙ୍କୁ ପ୍ରଥମେ କନ୍ନଡ ଚଳଚ୍ଚିତ୍ର ‘ସଂସ୍କାର’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହାପରେ ସେ ବହୁ କନ୍ନଡ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ବଲିଉଡ ଚଳଚ୍ଚିତ୍ର ‘ଟାଇଗର ଜିନ୍ଦା ହେ’ ରେ ତାଙ୍କ ଅଭିନୟ ବେଶ୍ ଦମଦାର୍ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe