ଓଡ଼ିଶାରୁ ଦୂରଉଛି ,ପଶ୍ଚିମବଙ୍ଗକୁ ପାଖଉଛି ‘ବୁଲବୁଲ୍’ । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ପ୍ରଭାବରୁ ସ୍ୱାଭାବିକ ହେବ ଓଡିଶା ।

Advertisment
ଓଡ଼ିଶାରୁ ଦୂରଉଛି ,ପଶ୍ଚିମବଙ୍ଗକୁ ପାଖଉଛି ‘ବୁଲବୁଲ୍’ । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ପ୍ରଭାବରୁ ସ୍ୱାଭାବିକ ହେବ ଓଡିଶା ।

କନକ ବ୍ୟୁରୋ: ସଂଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ବାତ୍ୟାର ପ୍ରଭାବ । ଆଜି ସଂଧ୍ୟା ୬ଟାରୁ ରାତି ୮ଟା ଭିତରେ ସୁନ୍ଦରବନର ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ଏବେ ବାତ୍ୟା ଓଡିଶାରୁ ଦୂରେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ଆଡକୁ ନିକଟତର ହେବାରେ ଲାଗିଛି । ତେବେ ବାତ୍ୟା ଓଡିଶା ଉପକୂଳ ଦେଇ ଗଲାବେଳେ ଏହା ପାରଦୀପଠାରୁ କମ ଦୂରରେ ରହିଥିବା ବେଳେ ଚାନ୍ଦବାଲିଠାରୁ ୧୧୦ କିଲୋମିଟର ଦୂରରେ ଏବଂ ବାଲେଶ୍ୱରଠାରୁ ୧୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହେଉଥିବା ବେଳେ ଦୀଘାଠାରୁ ଏହା ୧୦୫ କିଲୋମିଟର ଦୂରରେ ଗତି କରୁଛି ।

publive-image

ଅନ୍ୟପଟେ ଓଡ଼ିଶାରେ ଆପାତତଃ ସ୍ଥିତି ଭଲ ରହିଛି । ବତ୍ତର୍ମାନ ବିଭିନ୍ନ ସ୍ଥାନରେ ୭୦ରୁ ୮୦ କିମି ବେଗରେ ପବନ ବହୁଥିବା ବେଳେ ଧିରେ ଧିରେ  ଏହାର ପ୍ରଭାବ ଓଡିଶାରେ କମ୍ ହେବାରେ ଲାଗିଛି । ପୂର୍ବପେକ୍ଷା ପ୍ରଭାବିତ ଜିଲ୍ଲା ତଥା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷାର ପରିମାଣ କମିବା ସହ ପବନର ବେଗ ମଧ୍ୟ ହ୍ରାସ ପାଇଛି । ମୋଟ ଉପରେ କହିବାକୁ ଗଲେ ବାତ୍ୟା ବୁଲବୁଲ ବର୍ତ୍ତମାନ ଓଡିଶାରେ ଦୁର୍ବଳ ହେବାରେ ଲାଗିଛି । ଫଳରେ ଆଜି ସଂଧ୍ୟା ସୁଦ୍ଧାରେ ଓଡିଶାର ସ୍ଥିତି ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe