ବାତ୍ୟା ଫୋନି ଚାଲିଯିବାର ୫ ଦିନ ପରେ କେମିତି ଅଛନ୍ତି ପୁରୀ ବାସିନ୍ଦା । ଐତିହ ଗ୍ରାମ ରଘୁରାଜପୁରରେ ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ପଟ୍ଟଚିତ୍ର, ଚନ୍ଦନପୁରରେ ଉଜୁଡିଗଲା କିଆରି କିଆରି ପାନ ଚାଷ

ରାହା ଖୋଜୁଛି ରଘୁରାଜପୁର

165

କନକ ବ୍ୟୁରୋ : ରାହା ଖୋଜୁଛି ରଘୁରାଜପୁର । ପୁରୀ ଜିଲ୍ଲା ରୁଘରାଜପୁରର ପଟ୍ଟଚିତ୍ର ବିଶ୍ୱ ପ୍ରସିଦ୍ଧ । ଏହି କଳାକୃତି ଗାଁ ୧୪୦ ପରିବାରଙ୍କୁ ସାରା ବିଶ୍ୱରେ ପରିଚୟ ଦେଇଛି । ହେଲେ ଗତ ୩ ତାରିଖରେ ଆସିଥିବା ବାତ୍ୟା ଫୋନି ଯେମିତି ଏମାନଙ୍କ ପରିଚୟ ଛଡାଇ ନେଇଛି । କେହି ଘଂଟାର ବାତ୍ୟା ପବନରେ ଖାଲି ଗାଁ ଉଜୁଡିଯାଇନି ବଂର ନଷ୍ଟ ହୋଇଯାଇଛି ଳକ୍ଷାଧିକ ଟଙ୍କାର କଳାକୃତି । କେବଳ ଏତିକି ନୁହେଁ ଏହାସହ ପଟ୍ଟଚିତ୍ର ତିଆରି ପାଇଁ ଆବଶ୍ୟକ କଂଚା ମାଲ ବି ନଷ୍ଟ ହୋଇଯାଇଛି । ବାତ୍ୟା ଫୋନି ସଂପର୍କରେ ଏହି ଗାଁର ଲୋକ ଗଣମାଧ୍ୟମରୁ ଖବର ପାଇଥିଲେ ଏହି ଗାଁର ବାସିନ୍ଦା । ହେଲେ ବାତ୍ୟା ଆରମ୍ଭ ହେବା ପରେ ତିଆରି କରିଥିବା କଳାକୃତିକୁ ସାଇତି ରଖିବା ପାଇଁ କୌଣସି ବାଟ ପାଇନଥିଲେ ।

 

ମୁଖତଃ ଏହି କୌଳିକ ବୃତି ଉପରେ ନିର୍ଭର କରୁଥିବା ଗାଁର ୧୪୦ ପରିବାର ଏବେ କରିବେ କଣ ତାକୁ ନେଇ ଚିନ୍ତାରେ । ସେପଟେ ପୁରୀ ଜିଳ୍ଲାର ରଘୁରାଜପୁର ଭଳି ଚନ୍ଦନପୁରର ରହିଛି ସ୍ୱତନ୍ତ୍ର ପରିଚୟ । ସାରା ରାଜ୍ୟକୁ ପାନ ଯୋଗାଇଥାଏ ଏହି ଅଂଚଳ । ପାନ ଖାଉଥିବା ଲୋକେ ବାତ୍ୟା ପରେ ପାନର ଚଢା ଦରକୁ ନେଇ ଚିନ୍ତାରେ । ଆଉ ଏକର ଏକର ଜମିରେ ପାନ ଚାଷ କରିଥିବା ଚାଷୀ ସବୁ ଉଜୁଡିଯିବା ପରେ ମୁଣ୍ଡରେ ହାତ ଦେଇଛି ।

କାରଣ ଲକ୍ଷାଧିକ ଟଙ୍କାର ପାନ କ୍ଷତରେ ନଷ୍ଟ ହୋଇଯାଇଛି । ବାତ୍ୟା ଆସୁଥିବା ଜାଣି ସୁଦ୍ଧା ଅଧିକ ଲାଭ ଲୋଭରେ ପାନ ଅମଳ କରିନଥିଲେ ଚନ୍ଦନପୁରର ଚାଷୀ ।ହେଲେ ଫୋନି ଯେଉଁ ପ୍ରଳୟ କରିଛି ତାହା ଚନ୍ଦନପୁରର ଏକାଧିକ ଚାଷୀ ପରିବାରର ଅଂଟା ଭାଙ୍ଗି ଦେଇଛି । ପୁରୀ ପେଣ୍ଠକଙ୍କାରେ ମଧ୍ୟ ନୋଳିଆ ସାହିରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଳା , ପ୍ରଶାସନର ଉଦ୍ୟମରେ ଜୀବନ ବଂଚିଗଲା । ହେଲେ ଜୀବିକା ଛଡାଇନେଲା ବାତ୍ୟା ଫୋନି ।