ଫୋନି ଗଲା ଯନ୍ତ୍ରଣା ବଢିଲା ! ପାଲ ଖଣ୍ଡେ ପାଇଁ ଛିଡା ହେବା ପାଇଁ ପଡୁଛି ପାଞ୍ଚଘଣ୍ଟା

Advertisment
‘ଫୋନି’ ପାଇଁ ଫାଇଟ୍ । ଅସହ୍ୟ ତାତିକୁ ଖାତିର କଲେନି, ନିଜର ୨ ବର୍ଷର କୁନି ଛୁଆକୁ ସାଥିରେ ଧରି ହସିହସି ଡ୍ୟୁଟି କଲେ, ସେବା ଧର୍ମରେ ଉଦାହରଣ ପାଲଟିଲେ କନଷ୍ଟେବଳ ସଂଯୁକ୍ତା ।
କନକ ବ୍ୟୁରୋ : ‘ଫନି’ ପ୍ରଳୟରେ ସବୁ କିଛି ହରାଇ ଦେଇଥିବା ଗରିବ ବସ୍ତିବାସିନ୍ଦାଙ୍କୁ ଯନ୍ତ୍ରଣା ପିଛା ଛାଡୁନି। ବାତ୍ୟାର ୮ ଦିନ ପରେ ବି ଭାଙ୍ଗି ଯାଇଥିବା ଘର ସଜାଡିବାକୁ ଅସମର୍ଥ ରହିଛନ୍ତି। ଶେଷରେ ରିଲିଫ୍ ପାଇଁ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡୁଛି। ଚୁଡା ଓ ଚାଉଳ ଆଣିବାକୁ ସଂଘର୍ଷ କରିବାକୁ ପଡୁଛି। ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜରିପାଲ ବଣ୍ଟା ଯାଉଥିଲା।

publive-image source : google

ତେବେ ପାଲଖଣ୍ଡେ ପାଇବାକୁ ଡହ ଡହ ଖରାରେ ଲମ୍ବାଧାଡି ଲାଗିଥିଲା। ସକାଳ ୮ଟାରୁ ପାଲ ପାଇଁ ଧାଡିରେ ଥିବା ଲୋକଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାଲଖଣ୍ଡେ ମିଳି ନଥିଲା। ପ୍ରଚଣ୍ଡ ଖରାରେ ମୁଣ୍ଡରେ କପଡା ପକାଇ ବୟସ୍କ ଓ ମହିଳାମାନେ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଧାଡିରେ ଠିଆ ହୋଇ ରହୁଥିବା ନେଇ ବାତ୍ୟା ପ୍ରଭାବିତ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe