ରସଗୋଲା କାହାର ପ୍ରସଙ୍ଗ ! ଜି.ଆଇ ମୁଖ୍ୟଙ୍କ ସୂଚନା, ୩ ମାସ ଭିତରେ ରସଗୋଲା ବିବାଦରେ ପଡିବ ପୂର୍ଣ୍ଣଛେଦ ।

31

ବହୁଦିନ ଧରି ରସଗୋଲାକୁ ନେଇ ଠେଲା ପେଲା ହେଉଥିବା ଓଡିଶା ଓ ପଶ୍ଚିମବଙ୍ଗ ବିବାଦରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ଆଗାମୀ ୩ମାସ ମଧ୍ୟରେ ପ୍ରକୃତରେ ରସଗୋଲା କାହାର ସ୍ପଷ୍ଟ ହୋଇଯିବ । ଓଡିଶା ତରଫରୁ ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ‘ଓଡିଶାର ରସଗୋଲା’ ନାମକ ଏକ ଚିଠି ଜି.ଆଇ କୁ ପ୍ରଦାନ କରିଥିଲେ । ତେବେ ଓଡିଶା ତରଫରୁ ଦିଆଯାଇଥିବା ସମ୍ପୂର୍ଣ୍ଣ ତଥ୍ୟକୁ ତର୍ଜମା କରାଯାଉଛି । ଯାହାକି ଆଗାମୀ ୩ ମାସ ମଧ୍ୟରେ ଏହି ବିବାଦରେ ପୂର୍ଣ୍ଣଛେଦ ପଡିବ ବୋଲି କହିଛନ୍ତି ଜି.ଆଇ ମୁଖ୍ୟ ସି.ଜି ନାଇଡୁ ।

ଗତକାଲି କଳିକତାରେ ଆୟୋଜିତ ଏକ ସମ୍ମିଳନୀରେ, ରସଗୋଲା ମାନ୍ୟତାକୁ ନେଇ ପ୍ରଶ୍ନର ଉତ୍ତରେ ନାଇଡୁ କହିଛନ୍ତି ଯେ, ରସଗୋଲାର ପ୍ରକୃତ ଇତିହାସ ଓ ଏହାର ଉତ୍ପତି କେଉଁଠାରୁ ଆସିଛି ତାକୁ ନେଇ ତର୍ଜମା ଚାଲିଛି । ସେଥି ପାଇଁ ବ୍ରିଟିଶ ଇତିହାର ଗ୍ୟାଜେଟ ନୋଟିଫିକେସନକୁ ଅନୁଧ୍ୟାନ କରାଯିବା ସହ, ବିଭିନ୍ନ ଏକ୍ସର୍ପଟଙ୍କ ଲେଖାନୀ, ଇତିହାସ ଗବେଷକ, ଦାର୍ଶନିକଙ୍କ ମତାମତ ନିଆଯିବ ବୋଲି ନାଇଡୁ କହିଛନ୍ତି ।

ଅନ୍ୟପଟେ ୨୦୧୭ ନଭେମ୍ବର ମାସରେ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ମାନ୍ୟତା ମିଳିଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି କହିଥିଲେ । ହେଲେ ଏହାର ଠିକ ୪ମାସ ପରେ ସେହି ଜିଆଇ ମାନ୍ୟତାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜି.ଆଇ ଅଫିସ । ସୁଚନା ମୁତାବକ ପଶ୍ଚିମବଙ୍ଗ ସରକାର ଭୁଲ ତଥ୍ୟ ଉପସ୍ଥାପନ କରି ଚେନ୍ନାଇରେଥିବା ଇଣ୍ଡିଆନ ପ୍ୟାଟେଣ୍ଟ ଅଫିସରୁ ‘ବାଂଲାର ରସଗୋଲା’ ନାଁରେ ଜି.ଆଇ ମାନ୍ୟତା ହାସଲ କରିଥିଲା । ତେବେ ଏହାକୁ ନେଇ ଓଡିଶା ତରଫରୁ ଅନେକ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରାଯାଇଛି ।