ପ୍ରାୟ ୯.୩ କୋଟି ପାନ୍ - ଆଧାର ହୋଇଛି ସଂଯୋଗ : ବରିଷ୍ଠ ଅଧିକାରୀଙ୍କ ସୂଚନା

ପ୍ରାୟ ୯.୩ କୋଟି ପାନ୍ - ଆଧାର ହୋଇଛି ସଂଯୋଗ : ବରିଷ୍ଠ ଅଧିକାରୀଙ୍କ ସୂଚନା

Image Courtesy : http://static.paisa.khabarindiatv.com

କନକ ବ୍ୟୁରୋ : ଏପର୍ଯ୍ୟନ୍ତ ପ୍ରାୟ ୯.୩ କୋଟିରୁ ଅଧିକ ପାନକୁ ଅଧାର ନମ୍ବର ସହିତ ସଂଯୁକ୍ତ କରାଯାଇଛି । ଦେଶରେ ମୋଟ୍ ୩୦ କୋଟି ଲୋକଙ୍କ ପାଖରେ ପାନ୍ କାର୍ଡ ଅଛି । ତେଣୁ ଏହି ହିସାବରେ ପାୟ ୩୦ ପ୍ରତିଶତ ପାନ୍ କାର୍ଡ ଆଧାର ସହିତ ସଂଯୁକ୍ତ କରାଯାଇଛି ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି  ।

ତେବେ କେବଳ ଜୁନ୍‌ ରୁ ଜୁଲାଇ ମଧ୍ୟରେ ୩ କୋଟି ପାନ୍‌ ସହିତ ଆଧାର ସଂଯୋଗ ହୋଇଛି । ତେବେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଦିଆଯାଇଥିବା ଶେଷ ସମୟ ଅଗଷ୍ଟ ୫ ତାରିଖ ସୁଦ୍ଧା ୯.୩ କୋଟିରୁ ଅଧିକ ପାନ୍‌ ସହିତ ଆଧାରର ସଂଯୋଗ କରାଯାଇଛି ବୋଲି କହିଛନ୍ତି  ଏହି ବରିଷ୍ଠ ଅଧିକାରୀ । ସିବିଡିଟି ପକ୍ଷରୁ ପାନ୍‌ ସହିତ ଆଧାର ସଂଯୋଗର ଶେଷ ସମୟ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିବା ଆଶା ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଆୟକର ରିଟର୍ଣ୍ଣ ଦାଖଲ କରିବା  ସହିତ ନୂଆ ପାନ୍‌ ନମ୍ବର ପାଇବା ପାଇଁ ଆଧାର ସଂଯୋଗକୁ ଜୁଲାଇ ପହିଲାରୁ ବାଧ୍ୟତାମୂଳକ କରାଯାଇଛି। ସୂଚନାଯୋଗ୍ୟ ଯେ, ଆୟକର ବିଭାଗ ପାନ୍‌ ପ୍ରଦାନ କରୁଥିବାବେଳେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ ଆଧାର କାର୍ଡ ପ୍ରଦାନ କରିଥାନ୍ତି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୩୦ କୋଟି ପାନ୍‌ ପ୍ରଦାନ କରାଯାଇଥିବାବେଳେ ୧୧୫ କୋଟି ଆଧାର ଲୋକଙ୍କୁ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe