ଆକାଶରେ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ନଜର ଆସିଲେ ଶୁକ୍ର ଗ୍ରହ ।

1,687

କନକ ବ୍ୟୁରୋ: ମହାକାଶରେ ବିରଳ ଦୃଶ୍ୟ । ପାଖାପାଖି ଦେଖାଗଲେ ଚନ୍ଦ୍ର ଓ ଶୁକ୍ର । ଆଜି ସନ୍ଧ୍ୟାରେ ମହାକାଶରେ ଦେଖିବାକୁ ମିଳିଛି ଏମିତି ବିରଳ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ଓ ଶୁକ୍ର ଗୋଟିଏ ସରଳ ରେଖାରେ ରହିଥିଲେ । ଶୁକ୍ର, ଚନ୍ଦ୍ର ପାଖାପାଖି ହେବା ପରେ, ଆଂଶିକ ଚନ୍ଦ୍ର ଅପେକ୍ଷାକୃତ ଭାବେ ଅଧିକ ଉଜ୍ୱଳ ଦେଖାଯାଇଥିଲା । ତେବେ ଚନ୍ଦ୍ର ତୁଳନାରେ ଶୁକ୍ର କମ୍ ଉଜ୍ୱଳ ଦେଖାଯାଇଥିଲା । ଶୁକ୍ର ଓ ବୃହସ୍ପତି ପାଖାପାଖି ଦେଖାଯିବାର ଦିନକ ପରେ ଚନ୍ଦ୍ର ଓ ଶୁକ୍ର ପାଖାପାଖି ଦେଖାଯିବା ଚର୍ଚ୍ଚାର ବିଷୟ ହୋଇଛି । ଚନ୍ଦ୍ର ପାଖରେ ଶୁକ୍ର ରହିବାର ଏହି ବିରଳ ଦୃଶ୍ୟ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଆକାଶରେ ଦେଖାଯାଉଥିବା ଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଅନ୍ୟତମ । ଆଉ ଶୁକ୍ର ଚନ୍ଦ୍ରର ପାଖାପାଖି ହେବା ଫଳରେ ଆଜି ଜହ୍ନ ଅଧିକ ଉଜ୍ୱଳ ଦେଖାଯାଇଥିଲା । ଚନ୍ଦ୍ର ଓ ଶୁକ୍ର ଅତି ପାଖାପାଖି ଦେଖାଯାଉଥିଲେ ବି ପ୍ରକୃତରେ ଦୁହେଁ ପରସ୍ପରଠାରୁ ବହୁ ଦୂରରେ ରହିଛନ୍ତି । ଆଜି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।