କରୋନା ପାଇଁ…ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ: ଭେଂଟିଲେଟର ତିଆରି କରୁଛନ୍ତି ଗାଡି ନିର୍ମାତା

ସେପଟେ ରକେଟ ତିଆରି ଛାଡି ସହଯୋଗର ହାତ ବଢାଇଲା ଇସ୍ରୋ

423

କନକ ବ୍ୟୁରୋ: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ । ଗାଡି ନିର୍ମାତା କମ୍ପାନୀ ଗାଡିର କଳକବ୍ଜା ତିଆରି କରିବା ବଦଳରେ ଏବେ ନିର୍ମାଣ କରୁଛନ୍ତି ଭେଂଟିଲେଟର । ଭାରତରେ ମାରୁତି ସୁଜୁକି ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହି କାମରେ ନିଜ କାରଖାନାକୁ ବ୍ୟବହାର କରୁଛନ୍ତି । ଅନ୍ୟପଟେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ରକେଟ ନିର୍ମାଣ ଛାଡି ଏଥିରେ ସହଯୋଗର ହାତ ବଢାଇଛି ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନୀ ପକ୍ଷରୁ କାର୍ କଂପାନି ଫକ୍ସୱାଗନ କାରଖାନାକୁ ସେନା ବାହିନୀ ପାଇଁ ଗାଡ଼ି ତିଆରି କରିବାରେ ବ୍ୟବହାର କରାଯାଇଥିଲା। କରୋନା ବିଶ୍ବ ମହାମାରୀର ମୁକାବିଲା କରିବା ଲାଗି କାର୍ କଂପାନିଗୁଡ଼ିକର କାରଖାନାକୁ ବ୍ୟବହାର କରାଯାଉଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ମାରୁତି ସୁଜୁକି ଭଳି କଂପାନିର କାରଖାନାକୁ ଭେଣ୍ଟିଲେଟର୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି। ଭେଣ୍ଟିଲେଟର ହେଉଛି ଏକ ମେଡିକାଲ୍ ଉପକରଣ ଯାହା ଫୁସଫୁସ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚାଇବାରେ ସହାୟକ ହୋଇଥାଏ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗୁଥିବା ରୋଗୀଙ୍କ ପାଇଁ ତାହା ଜରୁରୀ। ଏହାର ଦାମ୍ ୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ଭାରତ ଏହାର ମୋଟ ଆବଶ୍ୟକତାର ୮୦ରୁ ୮୫% ଭେଣ୍ଟିଲେଟର ଆମଦାନି କରୁଛି।

ଭାରତରେ କରୋନା ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ଅନୁମାନ କରାଯାଉଛି। ଯଦି ତାହା ସତ ହୋଇଥିବ ତେବେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବ। ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ବହୁ ସଂଖ୍ୟାରେ ଭେଣ୍ଟିଲେଟର ଦରକାର ହେବ। ଏବେ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାରୁ ଚିକିତ୍ସା ସେବା ପ୍ରତିଷ୍ଠାନଗୁଡ଼ିକ ଉପରେ ଚାପ କମ୍ ରହିଛି। ଲକ୍‌ଡାଉନ୍  ଶେଷ ହୋଇଯିବା ପରେ ଯଦି କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଥିବ ତେବେ ଦେଶରେ ଅଧିକ ଅସ୍ଥାୟୀ ହସପିଟାଲ୍ ଓ ଭେଣ୍ଟିଲେଟର ଦରକାର ପଡ଼ିବ। ସେହି ସମୟର ଆବଶ୍ୟକତାକୁ ପୂରଣ କରିବା ଲାଗି ମହିନ୍ଦ୍ରା ଆଗୁଆ ଭେଣ୍ଟିଲେଟର ଉତ୍ପାଦନ କରିବାକୁ ଚାହୁଛି। ମାରୁତି ସୁଜୁକି, ଟାଟା ମୋଟର୍ସ ଓ ହୁଣ୍ଡାଇକୁ ମଧ୍ୟ କାରଖାନାରେ ଭେଣ୍ଟିଲେଟର ନିର୍ମାଣ କରୁଛନ୍ତି ଭେଂଟିଲେଟର ।