୭ ବର୍ଷ ବୟସରେ ବିରଳ ସଫଳତା : ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗୀରର ଭେଙ୍କଟ ରମଣ

ଲେଟସ ରିୱାର୍ଡ କିଡସ ନାମକ ଏକ ଆପ ବିକଶିତ କରି ଚର୍ଚ୍ଚାକୁ ଆସିଥିଲେ ଭେଙ୍କଟ

232

କନକ ବ୍ୟୁରୋ : ମାତ୍ର ୭ବର୍ଷ ବୟସରେ ବିରଳ ସଫଳତା । ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକ । ଟେକନୋଲୋଜିରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହୋଇଥାଏ । ଜାଭା, ଏଚଟିଏମଏଲ, ସିଏସସ ପରି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏହି ପରୀକ୍ଷା କରିଥାଏ ।

କ୍ଲାସ ଥ୍ରୀରେ ପଢୁଥିବା ଭେଙ୍କଟରମଣ ହ୍ୱାଇଟ ହାଟ ଜୁନିୟର ମାଧ୍ୟମରେ ୧୬୦ ଅନଲାଇନ କୋଡିଙ୍ଗ କ୍ଲାସ ସଫଳତାର ସହ କରିପାରିଥିଲେ । ଏଭଳି ସଫଳତା ପରେ ଭେଙ୍କଟଙ୍କୁ ଚେନ୍ନାଇ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ପକ୍ଷରୁ ଅତିଥି ବକ୍ତା ଭାବରେ ନିମନ୍ତ୍ରଣ ମଧ୍ୟ କରାଯାଇଛି । ଲେଟସ ରିୱାର୍ଡ କିଡସ ନାମକ ,କ ଆପ ବିକଶିତ କରି ଚର୍ଚ୍ଚାକୁ ଆସିଥିଲେ ୭ବର୍ଷର ବିଚକ୍ଷଣ ବାଳକ ଭେଙ୍କଟ ।