ବିଶ୍ୱ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏହି ସମ୍ମିଳନୀରେ ମାତୃଭାଷା ଶିକ୍ଷା ଉପରେ ଜୋର ଦେଇଛନ୍ତି ଉପ-ରାଷ୍ଟ୍ରପତି । ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ବୋଲି କହିଛନ୍ତି ଶ୍ରୀ ନାଇଡୁ । ଭୁବନେଶ୍ୱର କିଟ୍ ପରିସରରେ ଅନୁଷ୍ଠିତ ବିଶ୍ୱ କବି କଂଗ୍ରେସରେ ସାମିଲ ହୋଇ ଭେଙ୍କିୟା କହିଛନ୍ତି- କବିତା ମାଧ୍ୟମରେ ସମାଜର ସୁଧାର ସମ୍ଭବ । କବିତା ଶାନ୍ତି ଏବଂ ସଦଭାବନାର ବାର୍ତ୍ତାଦିଏ । ତେଣୁ ପିଲାମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ସହ ବିଶ୍ୱବିଦ୍ୟାଳୟ ସ୍ତରରେ କବିତା ଅଧ୍ୟୟନ ଉପରେ ମଧ୍ୟ ଗୁରତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଭେଙ୍କିୟା ନାଇଡୁ କହିଛନ୍ତି । ବର୍ତ୍ତମାନ ସମୟରେ ଯେଉଁଠି ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାକୁ ଠିକ୍ ସେ କହିନପାରି ଅନ୍ୟ ଭାଷାକୁ ଭଲ ଭାବରେ କହିପାରୁଛନ୍ତି । ସେମାନଙ୍କ ପାଇଁ ଉପରାଷ୍ଟ୍ରପତି ସନ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ ଏବଂ ପରେ ଅନ୍ୟଭାଷା ଶିଖନ୍ତୁ ବୋଲି ସେ କହିଛନ୍ତି ।
ବିଶ୍ୱ କବି ସମ୍ମିଳନୀରେ ମାତୃଭାଷାକୁ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି ! କହିଲେ , ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ ଛାତ୍ରଛାତ୍ରୀ, ପରେ ଅନ୍ୟ ଭାଷା ଶିଖନ୍ତୁ ।
/kanak/media/post_attachments/wp-content/uploads/2019/10/223.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)