source :hindustantimes
କନକ ବ୍ୟୁରୋ : ଗୃହରେ ଶୋକବାର୍ତା ରଖିବା ବେଳେ କାନ୍ଦି ପକାଇଲେ ଅଧ୍ୟକ୍ଷ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକବର୍ତା ଦେବା ବେଳେ କାନ୍ଦି ପକାଇଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଜୟପାଲ୍ ରେଡ୍ଡିଙ୍କ ମୃତ୍ୟୁ ଘଟଣାରେ ଗୃହରେ ଶୋକବାର୍ତ୍ତା ରଖିଥିବାବେଳେ କାନ୍ଦି ପକାଇଥିଲେ। ରେଡ୍ଡି ଜଣେ ଦକ୍ଷ ପ୍ରଶାସକ। ଆନ୍ଧ୍ରପ୍ରଦେଶ ବିଧାନସଭାରେ ତାଙ୍କ ସହ ଦୁଇଟି କାର୍ଯ୍ୟକାଳରେ କାମ କରିବାର ସୁଯୋଗ ପାଇଛି।
source-http://www.india.comଆମେ ଦୁଇ ଜଣ ଏକାଠି ଗୋଟିଏ ବେଞ୍ଚରେ ବସୁଥିଲୁ। ରେଡ୍ଡିଙ୍କ ସହ ଦୀର୍ଘ ୪୦ ବର୍ଷର ଘନିଷ୍ଠତାକୁ ମନେ ପକାଇ ନାଇଡ଼ୁ କହିଥିଲେ ସେ ସମୟରେ ବିଧାନସଭା ସକାଳ ୮ଟାରେ ଆରମ୍ଭ ହେଉଥିଲା। ଆମେ ଦୁଇ ବନ୍ଧୁ ସବୁବେଳେ ସକାଳ ୭ଟାରେ ଭେଟି ବ୍ରେକଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁ। ବିଭିନ୍ନ ବିଷୟବସ୍ତୁ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା। ମୁଁ ତାଙ୍କଠାରୁ ୬ ବର୍ଷ ସାନ। ରେଡ୍ଡିଙ୍କ ମୃତ୍ୟୁଖବର ତାଙ୍କୁ ଖୁବ୍ କଷ୍ଟ ଦେଇଥିବା କହି ନାଇଡ଼ୁ କାନ୍ଦି ପକାଇଥିଲେ।
Follow Us