କନକ ବ୍ୟୁରୋ: ଦଙ୍ଗା ଚାଲିଛି, ପ୍ରତିବାର ସ୍ୱରରେ କମ୍ପୁଛି ପୂରା ଭେନଜୁଏଲା । ରାସ୍ତାରେ ଶହ ଶହ ସମର୍ଥକ ।ଏହି ସମର୍ଥକ ହେଲେ ଦୁଇ ଦଳ । ସୋମବାର ଭେନଜୁଏଲ ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସ୍ଥିତି କିଛି ଏଭଳି ରହିଛି । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜଙ୍କ ସମର୍ଥକ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ଯଦିଓ ନିକୋଲାସ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ଏହାକୁ ମାନିବାକୁ ନାରାଜ ଗୋଞ୍ଜାଲେଜଙ୍କ ଦଳ ଏବଂ ସମର୍ଥକ । ଦେଶର ଶାସକ ଦଳ ଓ ବିରୋଧୀ ଦଳ ବିଜୟ ଦାବି କରିବା ପରେ ଏବେ ସାରା ଦେଶରେ ଆରମ୍ଭ ହୋଇଛି ବିକ୍ଷୋଭ, ପ୍ରଦର୍ଶନ ଓ ପ୍ରତିବାଦ ।

Advertisment

ନିକୋଲାସ ମାଡୁରୋଙ୍କ ବିଜୟକୁ ବିରୋଧ କରି ଲୋକମାନେ ଭେନେଜୁଏଲାରେ ଦଙ୍ଗା ସୃଷ୍ଟି ହୋଇଛି । ହଜାର ହଜାର ଲୋକ ରାଷ୍ଟ୍ରପତି ଭବନ ଆଡକୁ ଯାଉଛନ୍ତି । ଦେଶବ୍ୟାପୀ ହିଂସା ଓ ଦଙ୍ଗା ଭଳି ଚିତ୍ର ସାମ୍ନାକୁ ଆସିଛି । ଏପରିକି ରାଷ୍ଟ୍ରପତି ଭବନରେ କିଛି ଭାଗକୁ କବଜା କରିସାରିଲେଣି ବିରୋଧୀ ଦଳର ସମର୍ଥକ ୧ ଆମେରିକା ସୋମବାର କହିଛି ଯେ, ମଦୁରୋଙ୍କ ବିଜୟର କୌଣସି ବିଶ୍ୱସନୀୟତା ନାହିଁ ।

୧୧ବର୍ଷ ପରେ ଶାସନ କ୍ଷମତାକୁ ଫେରିଛନ୍ତି ରାଷ୍ଟ୍ରପତି ନିକୋଲାସ ମାଦୁରୋ । ତୃତୀୟ ଥର ପାଇଁ ସେ ରାଷ୍ଟ୍ରପତି ହୋଇଛନ୍ତି । ତଥାପି ଭୋଟିଂରେ ଗଡବଡ ଦର୍ଶାଇ ବିରୋଧୀଦଳ ଯେଉଁଭଳି ଭାବେ ଜୋରଦାର ବିରୋଧ କରୁଛନ୍ତି ସେ ନେଇ ମୁସ୍କିଲରେ ପଡିଛନ୍ତି ମାଦୁରୋ । ୫୧% ଭୋଟ ସହ ମାଦୁରୋ ତୃତୀୟ ପାଳି ପାଇଁ ବିଜୟୀ ହୋଇଥିବା ନିର୍ବାଚନ କର୍ତ୍ତୃପକ୍ଷ ରବିବାର ମଧ୍ୟରାତ୍ରରେ ଘୋଷଣା କରିଥିଲେ । ତେବେ ନିରପେକ୍ଷ ଏକ୍‌ଜିଟ୍‌ ପୋଲ୍‌ ଗୋଞ୍ଜାଲେଜ୍‌ଙ୍କ ସପକ୍ଷରେ ମତ ଦେଇଛି । ଗୋଞ୍ଜାଲେଜ୍‌ଙ୍କୁ ୭୦ ପ୍ରତିଶତ ଭୋଟ ମିଳିଥିବା ବିରୋଧୀ ନେତା ମାରିଆ କୋରିନା ମାଚାଡୋ ଦାବି କରିଛନ୍ତି ।