କନକ ବ୍ୟୁରୋ : ସ୍ଥାନାନ୍ତର ହୋଇଛି ଏକ ନମ୍ବର ହାଟ । ୟୁନିଟ୍ ୧ ହାଟକୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ କରାଯାଇଛି ସ୍ଥାନାନ୍ତର । ହାଟ ଭିତରେ କୋଭିଡ଼ ନିୟମ ସଠିକ୍ ଭାବେ ପାଳନ ହେଉ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । କୋଭିଡ଼ ଗାଇଡଲାଇନ୍ ଅନୁସାରେ ଦୋକାନ ଦୋକାନ ମଧ୍ୟରେ ୮ ଫୁଟ ଦୂରତା , ମାସ୍କ ଓ ସାନିଟାଇଜର ଆଦି ବ୍ୟବହାର ପାଇଁ ନିୟମ ରହିଛି । ଯେହେତୁ ହାଟ ଭିତରେ କୋଭିଡ଼ ନିୟମ ସଠିକ ଭାବେ ପାଳନ ହୋଇନଥିଲା ତେଣୁ ଏକ ନମ୍ବର ହାଟକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୋକାନୀ ମାନେ ଧିରେ ଧିରେ ହାଟକୁ ଆସିବା ଆରମ୍ଭ କରିଥିବାବେଳେ ଲୋକଙ୍କ ଭିଡ଼ ସେତେ ଦେଖିବାକୁ ମିଳିନି ସ୍କୁଲ ପଡ଼ିଆରେ ।

Advertisment

କୋଭିଡ୍‌ ଗାଇଡ୍‌ଲାଇନ୍‌ ମୁତାବକ ଦୋକାଗୁଡ଼ିକ ମଧ୍ୟରେ ଅତି କମ୍‌ରେ ୮ଫୁଟ୍‌ର ବ୍ୟବଧାନ ରଖାଯାଇଛି । ବ୍ୟବସାୟୀମାନେ ପରସ୍ପର ମଧ୍ୟରେ ଅତି କମ୍‌ରେ ୧୦ ମିଟର ଦୂରତା ବଜାୟ ରଖିବାକୁ କୁହାଯାଇଛି । ସେହିପରି ଦୋକାନ ସମ୍ମୁଖରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଗୋଲେଇ ଅଙ୍କା ଯାଇଛି । ପ୍ରତି ଗୋଲେଇ ମଧ୍ୟରେ ୬ଫୁଟ୍‌ ଦୂରତା ରଖାଯାଇଛି । ଗ୍ରାହକମାନେ ଯେପରି ଗହଳି ନକରି ସାମାଜିକ ଦୂରତା ମାନି କିଣାକିଣି କରିବେ, ତାହା ଦୋକାନୀମାନେ ସୁନିଶ୍ଚିତ କରାଇବେ । ଏହାବ୍ୟତୀତ ସାନିଟାଇଜର୍‌ ଓ ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ତେବ‌େ ଯେଉଁ ଦୋକାନରେ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ହେବା ନଜରକୁ ଆସିବ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି ।