କନକ ବ୍ୟୁରୋ : ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ । ୨ଫୁଟର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି । ୩୨୬ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି । ବର୍ଷା ପାଇଁ ସପ୍ତାହ ଭିତରେ ୨ ଥର ବୁଡ଼ିଲାଣି ଏହି ପୋଲ ।
ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ : ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ
/kanak/media/post_attachments/wp-content/uploads/2023/07/vlcsnap-2023-07-26-08h58m40s834.jpg)