କେନ୍ଦୁଝର ୪୯ନଂ ଏନଏଚ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ପାଣି : କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

205

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । କେନ୍ଦୁଝର ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ପାଟଣା ତୁରୁମୁଙ୍ଗା ଠାରେ ବୈତରଣୀ ନଦୀ ପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ସ୍ରୋତ ପ୍ରବାହିତ ହେଉଛି । ଫଳରେ ଗତକାଲି ରାତିରୁ ବମ୍ବେ-କଲିକତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ବାତ୍ୟା ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିବାରୁ ନଦୀ ଗୁଡ଼ିକରେ ଜଳସ୍ତର ବଢିବାରେ ଲାଗିଛି । ଗତ ତିନି ଦିନ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତଳିଆ ଅଂଚଳ ଗୁଡ଼ିକରେ ପାଣି ଜମି ରହିଛି । କେଉଁଠି ଯୋଗାଯୋଗ ବିଛିନ୍ନ ହେଉଛି ତ କେଉଁଠି ଯାତାୟତ ଠପ୍ ହୋଇଯାଇଛି ।