କରୋନା: ମୁକାବିଲା କରୁଛି ଓଡିଶା । ପିପିଲି ଟୋଲଗେଟରେ ଯାଞ୍ଚ କଡାକଡି, ପୁରୀ ଆସୁଥିବା ସମସ୍ତ ଗାଡିର ହେଉଛି ଯାଞ୍ଚ ।

436

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ଟୋଲଗେଟରେ ଯାଂଚ । ପୁରୀ ଆସୁଥିବା ସମସ୍ତ ଗାଡିକୁ ପିପିଲି ଟୋଲଗେଟରେ ଯାଂଚ କରାଯାଉଛି । ଆସନ୍ତା ୩୧ ତାରିଖ ଯାଏଁ ପିପିଲି ଟୋଲଗେଟରେ ଏପରି ଯାଂଚ କାମ ଜାରି ରହିବ । ପରିବହନ କର୍ମଚାରୀ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ପୁରୀ ପ୍ରବେଶ ପଥ ପିପିଲି ଟୋଲ୍ ଗେଟରେ ଏହି ଯାଞ୍ଚ କରୁଛନ୍ତି ।

ଏପିରିକି ଗାଡି ଓ ଗାଡିରେ ଥିବା ପର୍ଯ୍ୟଟକ ମାନଙ୍କୁ ପିପିଲି ଟୋଲ ଗେଟ୍ ନିକଟରୁ ଫେରାଇ ଦିଆଯାଉଛି । ଦିନ ୧୨ଟା ସୁଦ୍ଧା ୭୦ରୁ ଅଧିକ ପର୍ଯ୍ୟଟକଙ୍କ ଗାଡିକୁ ପିପିଲି ଟୋଲ୍ ଗେଟ୍ ନିକଟରୁ ଫେରାଇ ଦିଆଯାଇଥିବା ଜଣାପଡିଛି ।