କନକ ବ୍ୟୁରୋ: ଯଦି ଆପଣଙ୍କୁ ୧୦୦ ଟଙ୍କାରେ ୧୦୦ କିଲୋମିଟର ଯାତ୍ରା କରିବାକୁ କୁହାଯାଏ, ଅପଣ ଭାବିବେ ପାଗଳାମୀ । ପେଟ୍ରୋଲ , ଡିଜେଲର ଆକାଶ ଛୁଆଁ ଦର ଭିତରେ ଏହା କାଳ୍ପନିକ କଥା ଭଳି ଲାଗିବ ନିଶ୍ଚୟ । ହେଲେ ସେ ଦିନ ପାଖେଇ ଆସୁଛି, ଯେବେ କାଳ୍ପନିକ ମନେହେଉଥିବା ଏହି କଥା ସତ ହେବ । । ଏହି ଦାବି କରିଛନ୍ତି ଖୋଦ୍ ସଡ଼କ ପରିବହନ ମନ୍ତ୍ରୀ । ହେଲେ ଏହା ସମ୍ଭବ ହେବ କିପରି?
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏଥର ପେଟ୍ରୋଲ ଡିଜେଲରୁ ମିଳିବ ମୁକ୍ତି, ଆଉ ପାଣିରେ ଗଡିବ ଗାଡି । କାରଣ ଖୁବ୍ ଶିଘ୍ର ଏକ ହାଇଡ୍ରୋଜେନ ଚାଳିତ କାର ଚଲେଇବେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦେଶରେ ଖୁବଶିଘ୍ର ବଜାରକୁ ଆସିବ ହ୍ରାଇଡ୍ରୋଜେନରେ ଚାଲୁଥିବା କାର ।ଏହାକୁ ନେଇ ଖୁଲାସା କରିଛନ୍ତି ନିଜେ ଗଡକରୀ । ସେ କହିଛନ୍ତି ଯେ, ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି । ଖୁବ ଶିଘ୍ର ରାସ୍ତାରେ ଗଡିବ ହ୍ରାଇଡ୍ରୋଜେନ୍ ଚାଳିତ କାର । ଭାରତୀୟ ବୈଜ୍ଞାନୀକଙ୍କୁ ପ୍ରଶଂସା କରିବାକୁ ଯାଇ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ ଶିଘ୍ର ତାଙ୍କ ପାଖରେ ଏକ ସ୍ୱତନ୍ତ୍ର କାର ହେବ, ଯାହାକି ଗ୍ରୀନ ହାଇଡ୍ରୋଜେନରେ ଚାଲିବ । କହିବାର ଅର୍ଥ ପାଣିରୁ ହାଇଡ୍ରୋଜେନ୍ ଓ ଅକ୍ସିଜେନକୁ ଅଲଗା ଅଲଗା କରି ଚାଲିବ । ଏହା ଲୋକେ ବିଶ୍ୱାସ ନକଲେ ବି ସତ ହେବାକୁ ଯାଉଛି । ଯେବେ ସେ ନିଜେ ଦିଲ୍ଲୀ ରାସ୍ତାରେ ଏହି କାର ନେଇ ବୁଲିବେ ସେତେବେଳେ ଲୋକଙ୍କୁ ବିଶ୍ୱାସ ହୋଇଯିବ ଯେ, ସତରେ ପାଣିରେ ଚାଲିବ କାର । ଏହି କାର ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ବୋଲି ସେ କହିଛନ୍ତି ।
ଗଡକରୀଙ୍କ କହିବା ମୁତାବକ, ଭାରତରେ ଗ୍ରୀନ ହାଇଡ୍ରୋଜେନ୍ର ବ୍ୟବହାର କରିବାକୁ ପାଇଲଟ୍ ପ୍ରୋଜେକ୍ଟ ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ରିପୋର୍ଟ ମୁତାବକ, ଗଡକରୀ କହିଛନ୍ତି ଯେ, ମହାନଗରୀରୁ ଦୈନିକ ବାହାରୁଛି ଲକ୍ଷଲକ୍ଷ କ୍ୱିସେକ୍ ସ୍ୱିରେଜ ପାଣି । ହେଲେ ଏବେ ଏହି ସ୍ୱିରେଜ ପାଣିକୁ ବ୍ୟବହାର କରି ରାସ୍ତାରେ ଗାଡି ଚାଲିବ । ପ୍ଳାଣ୍ଟରେ ଏହାକୁ ପ୍ରକିୟାକରଣ କରାଯାଇ ଏଥିରୁ ହାଇଡ୍ରୋଜେନକୁ ଅଲଗା କରାଯିବ । ଏହି ହାଇଡ୍ରୋଜେନକୁ ଗାଡିରେ ଇନ୍ଧନ ଭାବେ ବ୍ୟବହାର କରାଯିବ । ଏଥିପାଇଁ ଫରିଦାବାଦରେ ଏକ ଅଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଗଡକରୀ କହିଛନ୍ତି ।
ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଭାରତ ଏକ ପ୍ରଦୂଷଣମୁକ୍ତ ଦେଶ ହେବା ପଥରେ ଆଗେଇବା ନିଶ୍ଚୟ । ଏହାସହ ଅନେକ ସହର ମଧ୍ୟ ସ୍ୱଚ୍ଛ ରହିବା ପାଇଁ ବାଟ ଖୋଲିବ ।