ରାସ୍ତା ମଝିରେ ଗାଡ଼ିରୁ ଚାବି ଛଡ଼ାଇ ନେବା କେତେ ଠିକ୍ ? ପୂର୍ବତନ ବିଚାରପତି, ପୂର୍ବତନ ପୋଲିସ ଡିଜି ଓ ବରିଷ୍ଠ ଆଇନଜୀବୀଙ୍କ ମତ, ଚାବି ଛଡ଼ାଇବା ଟ୍ରାଫିକ ପୋଲିସର ଅଧିକାରଭୁକ୍ତ ନୁହେଁ?

Advertisment
ରାସ୍ତା ମଝିରେ ଗାଡ଼ିରୁ ଚାବି ଛଡ଼ାଇ ନେବା କେତେ ଠିକ୍ ? ପୂର୍ବତନ ବିଚାରପତି, ପୂର୍ବତନ ପୋଲିସ ଡିଜି ଓ ବରିଷ୍ଠ ଆଇନଜୀବୀଙ୍କ ମତ, ଚାବି ଛଡ଼ାଇବା ଟ୍ରାଫିକ ପୋଲିସର ଅଧିକାରଭୁକ୍ତ ନୁହେଁ?

କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ ପୋଲିସ ମହିଳାଙ୍କ ଗାଡିରୁ ଚାବି ଛଡାଇ ନେବା ବିବାଦରେ ଆସିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ପୂର୍ବତନ ବିଚାରପତି କହିଛନ୍ତି, ଯଦି କେହି ଖସିଯିବାକୁ ଚେଷ୍ଟା କରୁଛି ତେବେ ଟ୍ରାଫିକ ପୋଲିସ ଚାବି ଛଡାଇବାକୁ ଉଦ୍ୟମ କରିପାରେ । ପୂର୍ବତନ ପୋଲିସ ଡିଜି କହିଛନ୍ତି, ଟ୍ରାଫିକ ପୋଲିସ କ୍ଷମତାର ଅପବ୍ୟବହାର କରିବା ଠିକ ନୁହେଁ । ସେହିପରି ପୋଲିସ ଯାତ୍ରୀଙ୍କ ଗାଡି ଚାବି ଛଡାଇବା ଅଭଦ୍ରାମୀ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।

ରାଜଧାନୀ ଭୁବନେଶ୍ୱରରେ ଭୁଲ ବାଟରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଟ୍ରାଫିକ ପୋଲିସ ଚାବି ଛଡାଇବା ଆଇନଗତ ଭାବେ ଉଚିତ କି । ଏବେ ଏହି ପ୍ରଶ୍ନର ଉତର ଖୋଜାଚାଲିଛି । ପୂର୍ବତନ ବିଚାରପତିଙ୍କ ମତରେ ଯଦି ଚାଳକ ଖସିଯିବାକୁ ଚେଷ୍ଟା କରୁଛି ସେ କ୍ଷେତ୍ରରେ ଟ୍ରାଫିକ ପୋଲିସ ଚାବି ଛଡାଇବାକୁ ଉଦ୍ୟମ କରିପାରେ । ଅନ୍ୟଥା ଫାଇନ ଆଦାୟ କରିବା ପାଇଁ କୋର୍ଟର ବାଟ ରହିଛି । ପୂର୍ବତନ ପୋଲିସ ଡିଜି କହିଛନ୍ତି କୌଣସି କ୍ଷେତ୍ରରେ ଟ୍ରାଫିକ ପୋଲିସ କ୍ଷମତାର ଅପବ୍ୟବହାର କରିବା ଠିକ ନୁହେଁ । ଯଦି କେହି ମଦ୍ୟପାନ କରି ଗାଡି ଚଲାଉଛି ଟ୍ରାଫିକ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିପାରେ । କିନ୍ତୁ ଛୋଟ ଛୋଟ ଭୁଲ ପାଇଁ ଟ୍ରାଫିକ ପୋଲିସ କୋହଳ ହେବା ଦରକାର । ପୋଲିସ ଏପରି ଚାବି ଛଡାଇବା ଅଭଦ୍ରାମୀ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।

ମହିଳାଙ୍କ ଠାରୁ ଚାବି ଛଡାଇ ନେବା ଘଟଣା ଅସାମ୍ବିଧାନିକ । ପୋଲିସ କେବଳ ଗାଡି ସିଜ କରିପାରିବ କିନ୍ତୁ ଚାବି ଛଡାଇପାରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ । ତେବେ ଯାହା ନିଷ୍ପତି ହେବ କୋର୍ଟରେ କିନ୍ତୁ ରାସ୍ତାରେ ଏପରି ହଇରାଣ କରିବା ପୋଲିସର ଅଧିକାର ନାହିଁ । ଯେଉଁ ଟ୍ରାଫିକ ଅଧିକାରୀ ଏପରି କରିଛନ୍ତି ତାଙ୍କ ବିରୋଧରେ ମଧ୍ୟ ମାମଲା ହୋଇପାରିବ ବୋଲି କହିଛନ୍ତି ଆଇନଜୀବୀ ।

ଟ୍ରାଫିକ ପୋଲିସ ଅଧିକାରୀମାନେ ଆଇନକୁ ସମ୍ମାନ ଦେବା ଉଚିତ । ମହିଳା ଠିକ କରିଛନ୍ତି କି ଭୁଲ କରିଛନ୍ତି ତାର ବିଚାର କୋର୍ଟରେ ହୋଇପାରିବ । ଏହିପରି ଭାବେ ଚାବି ଛଡାଇ ନେବା ସମସ୍ୟାର ସମାଧାନ ନୁହେଁ ବୋଲି ମତ ରଖିଛନ୍ତି ଆଉ କିଛି ବରିଷ୍ଠ ଆଇନଜୀବୀ ।ଚାବି ଛଡାଇବା ବିବାଦ ସେତେବେଳେ ଘନେଇଥିଲା ଯେତେବେଳେ ଜଣେ ମହିଳା ପୋଲିସ ଆଗରେ ନେହୁରା ହୋଇଥିଲେ ମଧ୍ୟ ପୋଲିସ ତାଙ୍କ ଚାବି ଛଡାଇ ରଖିଥିଲା । ପିଲା ଭୋକରେ ଅଛି, ତାକୁ ଖାଇବାକୁ ଦେବା ପାଇଁ ଶୀଘ୍ର ଯିବାକୁ ହେବ ବୋଲି ଗୋଡ ଧରି କାକୁତି ମିନତି ହୋଇଥିଲେ ମହିଳା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe