ସାର୍ଟ ବୋତାମ ଖୋଲି ଗାଡି ଚଲାଉଥିଲେ ଟ୍ୟାକ୍ସି ଡ୍ରାଇଭର୍ ! ଚାଲାଣ୍ କାଟିନେଲା ଟ୍ରାଫିକ୍ ପୋଲିସ୍ ।

397

ଅନେକ ରାଜ୍ୟରେ ନୂଆ ମଟରଯାନ ଆଇନ୍ କୁ ସକ୍ରିୟ କରାଯାଇନାହିଁ । ପୁରୁଣା ନିୟମରେ ହିଁ ଟ୍ରାଫିକ୍ ବ୍ୟବସ୍ଥା ଚାଲୁଅଛି । କିନ୍ତୁ ଏହି ନୂଆ ଆଇନ୍ ଆସିବା ପରଠାରୁ ପୋଲିସ୍ ବ୍ୟବସ୍ଥା ଏଭଳି ହୋଇଯାଇଛି ଯେ ପୁରୁଣା ଆଇନକୁ ହିଁ ଚଲାଉଛି । କେବଳ ଏତିକି ନୁହଁ ଏଭଳି ଭୟାନକ ଚାଲାଣ କାଟୁଛି ଯାହାର କାରଣ ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣେ ବ୍ୟକ୍ତି ମଦ୍ୟପାନ କରି ଗାଡି ଚଲାଉଥିଲେ କିମ୍ବା ବିନା ଲାଇସେନ୍ସରେ ନହେଲେ ସିଟ୍ ବେଲ୍ଟ୍ ନ ଲଗାଇଥିଲେ ଚାଲାଣ୍ କଟିବା କଥା ଜାଣିଛୁ , କିନ୍ତୁ ସାର୍ଟ ବୋତାମ୍ ଖୋଲାଥିଲେ ମଧ୍ୟ ଚାଲାଣ୍ କଟେ ତାହା ଏବେ ଶୁଣିବାକୁ ମିଳୁଛି । ଏହି ଘଟଣା ରାଜସ୍ଥାନର ଜୟପୁରରେ ଘଟିଛି । ଏଠାରେ ଜଣେ ଟ୍ୟାକ୍ସି ଡ୍ରାଇଭର୍ ସଂଜୟ ସର୍କିଲଙ୍କୁ ଟ୍ରାଫିକ୍ ପୋଲିସ୍ ରୋକି ତାଙ୍କ ଠାରୁ ଚାଲାଣ୍ କାଟି ନେଇଥିଲେ । ଏହାର କାରଣ ପଚାରିବାରୁ ଡ୍ରାଇଭରଙ୍କ ପୋଷାକ ପାଇଁ ଚାଲାଣ କଟିଥିବା କଥା କହିଲେ ଟ୍ରାଫିକ୍ ପୋଲିସ୍ । ଡ୍ରାଇଭର୍ ପାଇଜାମା ସାଙ୍ଗକୁ ଚପଲ ଏବଂ ବୋତାମ ଖୋଲା ଥିବା ସାର୍ଟ ପିନ୍ଧିଥିବାରୁ ତାଙ୍କର ଚାଲାଣ୍ କଟିଥିବା କହିଲେ ଟ୍ରାଫିକ୍ ପୋଲିସ୍ । ଚାଲାଣ୍ କଟିବା ସମୟରେ ଗାଡିରେ ଦୁଇଜଣ ଯାତ୍ରୀ ବସିଥିଲେ । ପୋଲିସଙ୍କ କହିବାନୁସାରେ , ଏକ ଗାଇଡଲାଇନ୍ ଅନୁସାରେ ଟ୍ୟାକ୍ସି ଡ୍ରାଇଭର୍ କେଉଁଭଳି ପୋଷାକ ପିନ୍ଧିବେ ତାହା ନିୟମ କରାଯାଇଛି । ଟ୍ୟାକ୍ସି ଡ୍ରାଇଭର୍ ସାର୍ଟପ୍ୟାଣ୍ଟ୍ ସାଙ୍ଗକୁ ଫିତାବନ୍ଧା ଜୋତା ପିନ୍ଧିବା ଆବଶ୍ୟକ । ତେବେ ପୁରୁଣା ମଟରଯାନ ଆଇନ୍ ଅନୁସାରେ ତାଙ୍କ ଚାଲାଣ୍ କଟିିଥିବା ଜଣାପଡିଛି ।  ତାଙ୍କ ଚାଲାଣକୁ କୋର୍ଟରେ ନିର୍ଣ୍ଣୟ କରାଯିବାକୁ କୁହାଯାଇଛି । ଏବେ ପୁରୁଣା ଆଇନ୍ ନା ନୂଆ ଆଇନ୍ ଅନୁସାରେ ଚାଲାଣ୍ କଟିବ ତାହା କୋର୍ଟ ହିଁ କହିବେ । ପ୍ରଥମେ ଏଭଳି କାମ ପାଇଁ ୧୦୦ ଟଙ୍କାର ଜରିମାନା ଲାଗୁଥିଲା କିନ୍ତୁ ଏବେ କେତେ ଟଙ୍କା ଜରିମାନା ଲାଗିବ ତାହା କୋର୍ଟ ନିର୍ଣ୍ଣୟ ନେବେ । ଏଥିପାଇଁ ଚାଲାଣ୍ କପିରେ ଜରିମାନା ରାଶି ମଧ୍ୟ ଲେଖାଯାଇନାହିଁ । ସବ୍ –ଇନ୍ସପେକ୍ଟର ମାଧୋ ସିଂହଙ୍କ କହିବାନୁସାରେ ପ୍ରତିିଦିନ ଏଭଳି ପୋଷାକରେ କିଛି ଟ୍ୟାକ୍ସି ଡ୍ରାଇଭର୍ ଧରାପଡନ୍ତି ଏବଂ ସେମାନଙ୍କ ଚାଲାଣ୍ କଟିଥାଏ ।