କନକ ବ୍ୟୁରୋ : ଝାରସୁଗୁଡ଼ା ବେଲପାହାଡ଼ ନିକଟ ଓଭର ବ୍ରିଜ୍ ନିକଟରେ ରାସ୍ତା ଉପରେ ଜଳିଗଲା ଚଳନ୍ତା ମାଲବାହୀ ଗାଡ଼ି । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୁଚନା । ତେବେ ଆଜି ସକାଳେ ଏହି ମାଲବାହୀ ଗାଡ଼ିଟି ଝାରସୁଗୁଡ଼ା ଗାନ୍ଧୀ ଛକରୁ ଲଖନପୁର ଅଭିମୁଖେ ଯାଉଥିଲା । ତେବେ ଅଗ୍ନିକାଣ୍ଡ ଘଟିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହାନୀ ପହଂଚି ନିଆଁକୁ ଆୟତ କରିଛି । ଫଳରେ ଅଳ୍ପକେ ବର୍ତିଯାଇଛନ୍ତି ଗାଡ଼ି ଚାଳକ । ଗାଡ଼ିଟି ଚାରଭାଟିର ଆନନ୍ଦ ପ୍ରଧାନଙ୍କର ବୋଲି ଜଣାପଡ଼ିଛି ।
ରାସ୍ତା ଉପରେ ଜଳିଗଲା ଚଳନ୍ତା ମାଲବାହୀ ଗାଡ଼ି : ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୁଚନା
/kanak/media/post_attachments/wp-content/uploads/2021/03/34-11.jpg)