କନକ ବ୍ୟୁରୋ : ଓଲଟିଲା ସେନା ଗାଡି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ଶୀକାର ହୋଇ ଓଲଟିପଡିଛି ଆଇଟିବିପି ଗାଡି । ଭାରସାମ୍ୟ ହରାଇ ଗାଡିଟି ବୋଲଗଡ ନିକଟରେ ଓଲଟି ପଡିଛି । ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଗୁରତରଙ୍କ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଖୋର୍ଦ୍ଧା ତରତୁଆରେ ଥିବା ଆଇଟିବିପି କ୍ୟାମ୍ପରୁ ଯବାନମାନେ ଆଜି ସକାଳୁ ଛତିଶଗଡ ଅଭିମୂଖେ ଯାଉଥିଲେ । କୌଣସି କାରଣବସତଃ ଭାରସ୍ୟାମ ହରାଇ ଗାଡିଟି ରାସ୍ତା ତଳକୁ ଖସିଯିବା ସହ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଯବାନମାନଙ୍କୁ ଉଦ୍ଧାର କରି ବୋଲଗଡ ମେଡିକାଲରେ ଭର୍ତ୍ତି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-21-09h54m28s819.jpg)