କନକ ବ୍ୟୁରୋ : ଭାରସାମ୍ୟ ହରାଇ କେନାଲକୁ ଖସିଲା ବରଯାତ୍ରୀ ଗାଡି । ସମ୍ବଲପୁରରେ ବରଯାତ୍ରୀ ଗାଡି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ । ୩ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଯାଏଁ ଡ୍ରାଇଭରଙ୍କ ପତା ମିଳୁନାହିଁ । ସମ୍ବଲପୁର ଶାସନ କେନାଲରେ ଏହି ଦୁର୍ଘଟଣା ଘଟିଛି । ପାଣିରେ ବୁଡ଼ି ଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ଜୀବନ ଯାଇଛି । ମୃତକମାନେ ହେଲେ ସୁମନ୍ତ ଭୋଇ, ସୁବଳ ଭୋଇ, ଅଜିତ ଖମାରୀ, ସରୋଜ ସେଠ୍, ରମାକାନ୍ତ ଭୟଁର ଓ ଦିବ୍ୟ ଲୁହା । ମୃତକଙ୍କ ଘର ଝାରସୁଗୁଡା ବଡଧରା ଗାଁରେ । ସମ୍ବଲପୁର ପରମାଣପୁରକୁ ବରଯାତ୍ରୀ ଆସୁଥିଲେ । ରାତି ୨ଟାରେ ଏକ ବୋଲେରୋରେ ଡ୍ରାଇଭର ସମେତ ୧୧ ଜଣ ଝାରସୁଗୁଡ଼ାକୁ ଫେରୁଥିବା ବେଳେ ଶାସନ କେନାଲରେ ଏହି ଦୁର୍ଘଟଣା ଘଟିଥିଲା ।