କନକ ବ୍ୟୁରୋ : ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ ଲାଗୁଛି ଡର । ଖାଉଟିଙ୍କୁ କନ୍ଦାଇଲାଣି ଆଳୁ ପିଆଜ ଦର । ଆଳୁ କିଲୋ-୩୫ ଟଙ୍କାକୁ ପିଆଜ ୫୦ ଛୁଇଁଲାଣି । କୌଣସି ପରିବା ଦର ଏବେ ୫୦ ଟଙ୍କା ତଳେ ନାହିଁ । ୫୦୦ ଟଙ୍କାରେ ବି ବ୍ୟାଗ ପୁରୁନି । କରୋନା କାଳରେ ପରିବା ଦାଉରେ ହନ୍ତସନ୍ତ ହେଲେଣି ଖାଉଟି ।
ଲକଡାଉନ ବେଳେ ପରିବା କିଣା ବିକାର ସୁଯୋଗ କମ ରହିଥିଲା । ଗତ ମାସ ବନ୍ୟାରେ ପୂରା ଉଜାଡି ଯାଇଛି ଚାଷ । କଟକ ଜିଲ୍ଲାର ନିଆଳି ଗୁଣ୍ଡର , ସାତକାଳିଆ , ସରାକୂଳ , କରାଙ୍ଗ ,ନୂଆବେତଣ୍ଡା , କପାସି , ସିଠାଳ ,ଏକବେରୁଆଁ ଅଂଚଳରୁ ପଚୁର ପରିବା ଆସିଥାଏ ନିଆଳି ବଜାରକୁ । ବନ୍ୟା ପରେ ନଷ୍ଟ ହୋଇଯାଇଛି ପରିବା ଫସଲ । ଏପଟେ ନିଆଳି ହାଟରେ ଆକାଶଛୁଆଁ ହେଲାଣି ପରିବା ଦର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/10-18-750x430-1.jpg)