ଆଶ୍ୱିନରେ ଆକାଶଛୁଆଁ ପରିବା ଦର । ୩୫ ଡେଇଁଲାଣି ଆଳୁ, ୫୦ ଉପରେ ବାଇଗଣ : ବଜାରରେ ଦରକୁ ଦେଖି ଚିନ୍ତାରେ ଖାଉଟି

ଖାଉଟିଙ୍କୁ କନ୍ଦାଇଲାଣି ପରିବା ଦର । ଆଳୁ ୩୫ କୁ ପିଆଜ ୫୦, ୫୦୦ ଟଙ୍କାରେ ପୁରୁନାହିଁ ପରିବା ବ୍ୟାଗ୍

କନକ ବ୍ୟୁରୋ : ଆଶ୍ୱିନ ମାସରେ ପରିବା ଦର ଆକାଶ ଛୁଆଁ । ଦୀର୍ଘ ୧୦ ଦିନ ମଧ୍ୟରେ ବ୍ରହ୍ମପୁର ସହରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ଲକ ଡ଼ାଉନ ହେଉ କିମ୍ବା ସଟ ଡ଼ାଉନ ସମୟରେ ମଧ୍ୟ ପରିବା ଦର ବୃଦ୍ଧି ହୋଇନଥିଲା । ଏବେ କିନ୍ତୁ କୌଣସି ପରିବା ଦର ୫୦ ଟଙ୍କାରୁ ମଧ୍ୟ କମ ନୁହଁ । କେବଳ ୨ ରୁ ୩ଟି ପରିବା ଦର ୪୦ ରୁ ୫୦ ଟଙ୍କା ରହିଛି । ଯାହାକି ଖାଉଟିଙ୍କ ଉପରେ ଚଡକ ପରି ହୋଇଛି । ବଜାରକୁ ୫୦୦ ଟଙ୍କା ନେଇ ଗଲେ ମଧ୍ୟ ବ୍ୟାଗ୍ ଭର୍ତି ହେଉନି ।

ବ୍ରହ୍ମପୁର ବଜାରରେ ଏବେ ପରିବା ଦର ବାଇଗଣ ୪୦ ରୁ ୫୦, ପଟୋଳ ୫୦ ରୁ ୬୦, କାଙ୍କଡ଼ ୧୦୦ ରୁ ୧୩୦, ଫୁଲ କୋବି ୮୦ ରୁ ୧୦୦, ବିନ୍ସ ୬୦ରୁ ୮୦, ଟମାଟ ୪୦ ରୁ ୫୦ ଟଙ୍କା ରହିଛି । ଏପରିକି ଆଳୁ ଦର ମଧ୍ୟ ୩୫ ରୁ ୪୦ ଟଙ୍କା ରହିଛି । ଆଗକୁ କାର୍ତିକ ମାସ ଥିବା ବେଳେ ପରିବା ଦର ଉଚ୍ଚା ରହିବା ନେଇ ବ୍ୟବସାୟୀ କହୁଛନ୍ତି । ଏହାରି ଭିତରେ ବ୍ୟବସାୟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦୋକାନୀ ଓ ଖାଉଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe