ପରିବା ଗାଁରେ ଶସ୍ତା-ବଜାରରେ ମହରଗ । ଚାଷୀଙ୍କୁ ଡରାଉଛି ପୋଲିସ, ଲାଠି ଭୟରେ ବିକି ପାରୁନି ପରିବା । ବିଲମୁଣ୍ଡକୁ ଆସୁନାହାନ୍ତି ବ୍ୟବସାୟୀ 

211

କନକ ବ୍ୟୁରୋ: ଚାଷୀଙ୍କୁ ଡରାଉଛି ପୋଲିସ ଲାଠି ,ଭୟରେ ବିକି ପାରୁନି ପନିପରିବା । ଶଢୁଛି ବିଲରେ ଘରେ କୁଇଣ୍ଟାଲ କୁଣଣ୍ଟାଲ ପରିବା । ଲକଡାଉନ ସଟଡାଉନ ଯୋଗୁଁ ଚାଷୀ ବଜାରରେ ବିକି ପାରୁନି ପରିବା । ପୋଲିସ ଭୟରେ ବେପାରୀ ଆସୁ ନାହାନ୍ତି ବିଲ ମୁଣ୍ଡକୁ । ସରକାରଙ୍କ ଚାଷୀ କୋହଳ ନିତି ନିଆଳି ପରିବା ଚାଷୀଙ୍କ ପାଇଁ ସାତ ସପନ । ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚାଷୀକୂଳ ହତାସ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଂଚଳରେ ।

ପନି ପରିବାର ଦର, ଗାଁରେ ଶସ୍ତା ବଜାରରେ ମହରଗ । କାରଣ କରୋନା କଟକଣା ଯୋଗୁଁ ବଜାରକୁ ଯାଇ ପାରୁନାହାନ୍ତି ଚାଷୀ । ପୁଲିସ ଭୟରେ ବେପାରୀ ଆସୁ ନାହାନ୍ତି ବିଲ ମୁଣ୍ଡକୁ । ତେଣୁ ଜମିରେ ନଷ୍ଟ ହେଉଛି ଲଙ୍କା, ପୋଟଳ, ବାଇଗଣ, ଛଚିନ୍ଦ୍ରା, ଭେଣ୍ଡି, କଖାରୁ ଓ ପୋଇ ଭଳି ପରିବା । ଭେଣ୍ଡି ଗଛରେ ଭେଣ୍ଡି ବୁଢା ହେଲାଣି, ଗଛରେ ହିଁ ପାଚି ଯାଉଛି ପୋଟଳ ଆଉ ଲଙ୍କା । ବିକ୍ରି ଅଭାବରୁ ଗଛରେ ଝୁଲି ରହିଛି ଛଚିନ୍ଦ୍ରା । ବ୍ୟବସାୟୀମାନେ ନିଆଳି ଅଂଚଳର ଚାଷୀଙ୍କ ପାଖକୁ ଆସୁନଥିବାରୁ ଚାଷୀ ବଜାରକୁ ଯାଇନପାରି ଗାଁ ମୁଣ୍ଡ ରାସ୍ତା କଡରେ ବସି ଖୁବ୍ ଶସ୍ତାରେ ପନିପରିବା ବିକ୍ରି କରିଦେଉଛନ୍ତି ।

କରୋନା କଟକଣା ଯୋଗୁ ନିଆଳି ହାଟ ବନ୍ଦ ଅଛି । ଚାଷୀ ବିକିବା ପାଇଁ ଆସିପାରୁ ନାହାନ୍ତି । ସେମାନେ ରାସ୍ତା କଡରେ ବସି ଅଭାବୀ ବିକ୍ରିର ଶିକାର ହେଉଛନ୍ତି, ସେପଟେ ନିଆଳି ବଜାରରେ ପରିବା ଦର ଆକାଶ ଛୁଆଁ । ପରିବା ଦର କିଲୋ ପ୍ରତି ୪୦ ଟଙ୍କା ତଳକୁ ନାହିଁ । ବାଇଗଣ କିଲୋ ପ୍ରତି ୬୦ ଟଙ୍କା, ଜହ୍ନି ୪୦ ଟଙ୍କା, ପୋଟଳ ୫୦ଟଙ୍କା, ଟମାଟୋ ୩୦ ଟଙ୍କା, କଲରା ୮୦ ଟଙ୍କା, କାଙ୍କଡ ୧୫୦, ସଜନା ଛୁଇଁ ୧୦୦ ଟଙ୍କା, ଧନିଆପତ୍ର ବିଡା ୩୦, ଲଙ୍କା କିଲୋକୁ ୨୦୦ ଟଙ୍କା । ଗ୍ରାମାଂଚଳରେ ଚାଷୀ ଦୁଇ ପଇସା ପାଉନଥିବା ବେଳେ ବଜାରରେ ଗ୍ରାହକଙ୍କ ପକେଟ ଖାଲି ହୋଇଯାଉଛି । ଯିଏ କିଲେ ପରିବା ନେବା କଥା ସିଏ ଅଢେଇ ଶହରେ କାମ ଚଳାଇ ଦେଉଛି ।

ପରିବା ବିକ୍ରି ହୋଇ ପାରୁନଥିବା ଚାଷୀ ବିଲକୁ ତୋଳୁ ନାହିଁ । ଏଣେ ବଜାରରେ ପରିବା ଦର ଗରିବ ଖଟିଖିଆ ଓ ମଧ୍ୟବିତ ପରିବାରର ହାଣ୍ଡି ଶାଳରେ ପ୍ରହାର କରିଛି ।