କନକ ବ୍ୟୁରୋ : ଆପଣ ବଜାରକୁ ଯାଉଛନ୍ତି । ଚିନ୍ତା କରୁଛନ୍ତି ବ୍ୟାଗ ଭର୍ତି ପନିପରିବା କିଣିବେ । ହୁଏତ ଯେତିକି ଟଙ୍କା ପକେଟରେ ରହିଛି ସେତିକିରେ ସବୁ କିଛି ହୋଇଯିବ । କିନ୍ତୁ ଏବେ ଏହି କଥା କେବଳ କଥାରେ ରହିଯାଉଛି । କାରଣ ପରିବା ବଜାରରେ ଲାଗିଛି ଦରଦାମ ବୃଦ୍ଧିର ନିଆଁ। ହଠାତ ପନିପରିବା ଦର ଏମିତି ବଢିଛି ଯେ ସାଧାରଣ ଗ୍ରାହକଙ୍କଠୁ ନେଇ ବ୍ୟବସାୟୀ, ଖାଉଟି ଓ ହୋଟେଲ ବ୍ୟବସାୟୀଙ୍କ ମୁଣ୍ଡରେ ଭାଲେଣି ପଡିଛି   । କିଛି ଦିନ ପୂର୍ବରୁ ଟମାଟୋ ଦରବୃଦ୍ଧି ମୁୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ ଏବେ ଅଦା, ରସୁଣ, କଂଚା ଲଙ୍କା, ଧନିଆପତ୍ର ସହ ଅନ୍ୟାନ୍ୟ ପନିପରିବା ଦର ବୃଦ୍ଧି ପକେଟକୁ ମାଡ କରୁଛି ।
କନ୍ଦାଉଛି ପନିପରିବା ଦରଦାମ ବୃଦ୍ଧି
ପରିବା ଦର/କେଜି
ଅଦା - ୪୦୦ଟଙ୍କା
କଂଚାଲଙ୍କା - ୪୦୦ ଟଙ୍କା
ରସୁଣ - ୧୩୦ ଟଙ୍କା
ଟମାଟୋ - ୧୬୦ଟଙ୍କା
ଲେମ୍ବୁ - ୪୦୦ଟଙ୍କା

Advertisment

ତେବେ ଏହି ଦରବୃଦ୍ଧି ଆସନ୍ତା ୧ ମାସ ଏପରି ଜାରି ନେଇ ଆଶଙ୍କା କରାଯାଇଛି । ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତରପ୍ରଦେଶ ଆଦି ଦେଶର ବହୁ ସ୍ଥାନରେ ପରିବା ଦର ଆକାଶ ଛୁଆଁ ହେଲାଣି । ଅନ୍ୟପଟେ ଦରବୃଦ୍ଧିକୁ ନେଇ ତେଜିବାରେ ଲାଗିଲାଣି ରାଜନୀତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପନିପରିବା ତାଲିକା ଦେଖାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ମୁଖ୍ୟତଃ ଟମାଟୋ ଚାଷ ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ବିହାର, ଉତରପ୍ରଦେଶ ଅଧିକ ସଂଖ୍ୟାରେ ହୁଏ ।ବର୍ଷା ଯୋଗୁଁ ଚାଷ ଜମିରେ ପାଣି ପଶିବା ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ ଓ ଆବଶ୍ୟକ ପରିମାଣରେ ଉତ୍ପାଦନ ହୋଇପାରୁନି ।ତେଣୁ ପନିପରିବା ଦର ଆକାଶଛୁଆଁ ଦର ହୋଇଛି ।