ଚାଷ ଉପରେ କରୋନା ମାଡ଼: ତାଲାବନ୍ଦ ଯୋଗୁଁ ନବରଙ୍ଗପୁର ଚାଷୀଙ୍କ ଭିତରେ ହାହାକାର; ତୋଳା ହୋଇ ପାରୁନି ଲଙ୍କା, ନଷ୍ଟ ହେଉଛି କୁଇଂଟାଲ କୁଇଂଟାଲ ପରିବା

ସେପଟେ ବାଲିଗୁଡାରେ କଦଳୀ ଚାଷୀ ହତାଶ

233

କନକ ବ୍ୟୁରୋ: କରୋନା ମାଡରେ ଘାଇଲା ନବରଙ୍ଗପୁର ପରିବା ଚାଷୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରୁ କୁଇଂଟାଲ କୁଇଂଟାଲ ପରିବା ସହ କଂଚା ଲଙ୍କା ରାଜ୍ୟ ତଥା ପଡୋଶୀ ରାଜ୍ୟକୁ ରପ୍ତାନୀ କରାଯାଇଥାଏ । କିନ୍ତୁ ବର୍ତମାନ କରୋନା ଭୟରେ ପରିବା ଓ ଲଙ୍କା ପରିବହନ ହୋଇପାରୁନାହିଁ । ଫଳରେ ଚାଷ ଜମିରେ ନଷ୍ଟ ହେଉଛି ଫସଲ । ଋଣ କରି ଚାଷ କରୁଥିବା ଚାଷୀ କିଭଳି ଋଣ ଶୁଝିବ ସେ ନେଇ ଚିନ୍ତାରେ ପଡିଛନ୍ତି ।

ସେପଟେ କଦଳୀ ଚାଷୀଙ୍କ ପାଇଁ କାଳ ସାଜିଛି କରୋନା । ତାଲାବନ୍ଦ ଯୋଗୁଁ ବଜାର ଖୋଲୁନି କି ବ୍ୟବସାୟୀ ଆସୁନାହାଁନ୍ତି । ଚାଷୀଙ୍କୁ ଲାଭ ମିଳିବ କଣ ମୂଳ ବି ମିଳୁନି । ଲକଡାଉନରେ ଲକ ହୋଇ ଯାଇଛି ଚାଷୀଙ୍କ ଭାଗ୍ୟ । ତାଲାବନ୍ଦର ପ୍ରଭାବ ବାଲିଗୁଡାର କଦଳୀ ଚାଷୀଙ୍କ ଉପରେ ବି ପଡିଛି । ଅମଳ କଦଳୀ ବିକ୍ରି ହୋଇ ନପାରି ଗଛରେ ଝୁଲି ରହିଛି ତ ଆଉ କେଉଁଠି ଶୁଖି ଗଲାଣି । ତେବେ ସରକାର ଚାଷୀ ସାମଗ୍ରୀ ପରିବହନ ଉପରୁ କଟକଣା ହଠାଇବା ପରେ ବି କରୋନା ଭୟ ପାଇଁ ଏହାର ଲାଭ ମିଳୁନି । ତେଣୁ ସେମାନଙ୍କୁ ମାଗଣାରେ ସାର , ବିଦୁତ ଯୋଗାଇ ଦେବାକୁ ଦାବି କରିଛନ୍ତି ।