ଆକାଶ ଛୁଆଁ ହେଲା ପରିବା ଦର: ବିଭିନ୍ନ ରାଜ୍ୟରେ ଟମାଟୋ ଶହେ ପାର୍

256

କନକ ବ୍ୟୁରୋ: ପରିବା ଦର ହେଲା ଆକାଶ ଛୁଆଁ । ବିଭିନ୍ନ ରାଜ୍ୟରେ ପରିବା ଦର ଏବେ ଖାଉଟୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି । ଖାସ କରି ଟମାଟ ଦର ଶହେ ପାର ହୋଇଥିବା ଦେଖିଲାକୁ ମିଳିଛି ।

ପେଟ୍ରୋଲ ଡିଜେଲ ପରେ ଏବେ ବଢୁଥିବା ପରିବା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଉଛି । ତାମିଲନାଡୁରେ ଟମାଟୋ ଦର କିଲୋ ପିଛା ୧୨୦ ଟଙ୍କା ଛୁଇଛିଁ । ସେହପରି ତେଲେଙ୍ଗାନାରେ ମଧ୍ୟ ଟମାଟୋ କିଲୋ ୧୨୦ ଟଙ୍କା ରହିଛି । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଶହେ ପାର କରିଛି ଟମାଟ ଦର । କେବଳ ଟମାଟୋ ନୁହେଁ ପିଆଜ ସମେତ ଅନ୍ୟ ପନିପରିବା ଦର ମଧ୍ୟ ୫୦ ଟଙ୍କା ଉପରେ ଥିବାରୁ ଚିନ୍ତାରେ ଖାଉଟି ।

କେନ୍ଦ୍ର ସରକାର ଜନତାଙ୍କୁ ଦିପାବଳୀ ଭେଟିରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଛାଡ କଲେ । ଯାହାପରେ ସାଧାରଣ ଲୋକେ ମହଙ୍ଗା ମାଡରୁ ବଂଚିତ ହେବେ ବୋଲି ଚର୍ଚ୍ଚ ହେଉଥିଲା । କିନ୍ତୁ ଅତ୍ୟାବଶ୍ୟକ ସମଗ୍ରୀର ଦରଦାମ ବଢିବା ଲୋକଙ୍କୁ ପୁଣି ଚିନ୍ତା ବଢାଉଛି । ଦେଶର ବିଭିନ୍ନ ସହରରେ ଟମୋଟୋ ପିଆଜ ଭଳି ଅତି ଆବଶ୍ୟକ ପରିବାର ଦରବୃଦ୍ଧି ର ଚିତ୍ର ସାମ୍ନାକୁ ଆସିଛି ।
ଦକ୍ଷିଣ ଭାରତରେ ଉପୁଜିଥୁବା ବନ୍ୟା ସ୍ଥିତି ଯୋଗୁଁ ଦର ପରିବା ଦର ବୃଦ୍ଧି ପାଉଥିବା ଜଣାପଡିଛି । ୩୦ ଟଙ୍କାରେ ମିଳୁଥିବା ପରିବା ଏବେ ୮୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଖାଉଟି ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।