ମହାମାରୀ ବେଳେ ଲୋକଙ୍କୁ ଘାରିଛି ବଜାର ଚିନ୍ତା । ପରିବା ବଜାରରେ ଲାଗିଛି ନିଆଁ । ଖୋର୍ଦ୍ଧା ମାର୍କେଟ୍ ରେ ଆଳୁ କିଲୋକୁ ୪୦, ପିଆଜ ଡେଇଁଲାଣି ୫୫

134

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଲୋକଙ୍କ ଆର୍ଥିକ ବ୍ୟବସ୍ଥାକୁ ବିଗାଡି ଦେଇଛି । ଏପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇ ପଡିଛି । ବଜାରରେ ଯେଉଁ ପରିବା ଉପରେ ଆଖି ପକେଇଲେ ଏକ କିଲୋର ଦାମ ୪୦ରୁ ୫୦ ଟଙ୍କା ରହିଛି । ଆଉ ଏହି ପରବା ଦରର ଆକାଶ ଛୁଆଁ ଦାମରେ ହନ୍ତସନ୍ତ ହେଉଛନ୍ତି ମଧ୍ୟବିତ ଓ ଗରିବ ପରିବାର ।

ରୋଷେଇ ଶାଳର ନିତ୍ୟ ବ୍ୟବହାର୍ୟ୍ୟ ପରିବା ଆଳୁ, ପିଆଜର ଦାମ ଶୁଣିଲେ ଖାଉଟି ଟିଏ କିଣିବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡୁଛି । ବଜାରରେ ଆଳୁ, ପିଆଜ ଦାମ ଯୋଗୁଁ ଲୋକେ ଅସନ୍ତୋଷ ହୋଇ ପରିବା କିଣୁଛନ୍ତି । ଅନ୍ୟ କେହି ଆଳୁ ପିଆଜ ପାଖରୁ ମୁହଁ ଫେରାଇ ନେଉଛନ୍ତି ।

କେବଳ ଆଳୁ ପିଆଜ ନୁହେଁ ଅନ୍ୟ ପରିବା ଦର ମଧ୍ୟ ଆକାଶ ଛୁଆଁ ରହିଛି । ଏହାକୁ ନେଇ ଏବେ ଗ୍ରାହକ ଚିନ୍ତାରେ ପଡିଛନ୍ତି । ବଜାରରେ ଅନ୍ୟ ପରିବା ଦାମ ମଧ୍ୟ ୫୦ ଟଙ୍କା ଉପରେ ରହିଛି । ତେଣୁ ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ ପରିବା କିଣିବା ଏବେ କାଠିକାର ପାଠ ହୋଇପଡିଛି ।
ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ସ୍ଥାନରେ ବନ୍ୟା ମଧ୍ୟ ହୋଇଥିଲା ଯେଉଁଥି ପାଇଁ ଅନେକ ସ୍ଥାନରେ ପରିବା ନଷ୍ଟ ମଧ୍ୟ ହୋଇଯାଇଛି । ତେଣୁ ବଜାରରେ ପରିବା ଦର ବୃଦ୍ଧି ପାଉଛି ବୋଲି କୁହାଯାଉଛି ।