ରକ୍ତରେ ଗ୍ଲୁକୋଜର ମାତ୍ରା କିମ୍ବା ରକ୍ତ ଶର୍କରାର ମାତ୍ରା ସେତେବେଳେ ଅଧିକ ହୋଇଥାଏ, ଯେତେବେଳେ ଶରୀରରେ ଇନସୁଲିନ୍ ଠିକରେ ତିଆରି ହୋଇପାରିବନି କିମ୍ବା ଶରୀର କୋଷ ଠିକରେ ପ୍ରତିକ୍ରିୟା ନଦେଲେ । ସେଥିପାଇଁ ଶରୀରକୁ ଏହି ପରିବା ର ନିତାନ୍ତ ଆବଶ୍ୟକ ।
- ଗାଜର : ପୋଟାସିୟମରେ ଭରପୁର ଗାଜର ଆପଣଙ୍କ ରକ୍ତ ପ୍ରଶିରା ଓ ଧମନୀକୁ ଆରାମ ଦେବାରେ ସହାୟତା କରେ । ଏହା ସୋଡିୟମର କୁପ୍ରଭାବକୁ କମ୍ କରେ ।
- ମେଥି : ମେଥି ପତ୍ର ଓ ମେଥିର ମଂଜିରେ ଫାଇବର ଥାଏ । ଯାହା କଲୋଷ୍ଟେରୋଲକୁ କମ୍ କରିବାରେ ସାହାଯ୍ୟ କରେ । ବିଶେଷ କରି ଏଲଡିଏଲକୁ ।
- ପାଳଙ୍ଗ : ଏହା ପୋଟାସିୟମ ଓ ଲ୍ୟୁପଟିନରେ ଭରପୁର ଥାଏ । ଏହା ଧମନୀର ୱାଲକୁ ମୋଟା ହେବାରୁ ରୋକେ ଯଦ୍ୱାରା ହାଟ୍ ଆଟାକ୍ ବିପଦ ଟଳେ ।
- ମୂଳା : ମୂଳା ମଧ୍ୟ ପୋଟାସିୟମରେ ଭରପୂର ଥାଏ । ଯାହାକି ରକ୍ତ ଶର୍କରାକୁ କମ୍ କରିବାରେ ସାହାଯ୍ୟ କରେ । ଆପଣ ଆପଣଙ୍କ ସାଲାଡରେ ମୂଳାର ଉପଯୋଗ କରିପାରିବେ ।