ଫସଲ ଉଜାଡି ଦେଲା କାଳବୈଶାଖୀ! ଗଛରେ ଶଢି ଯାଇଛି ବାଇଗଣ, ତଳେ ଶୋଇପଡିଛି ମକା ଗଛ ।

ଫସଲ ଉଜାଡି ଦେଲା କାଳବୈଶାଖୀ! ଗଛରେ ଶଢି ଯାଇଛି ବାଇଗଣ, ତଳେ ଶୋଇପଡିଛି ମକା ଗଛ ।

କନକ ବ୍ୟୁରୋ : କାଳବୈଶାଖୀ ବର୍ଷା ପାଇଁ ହେଲା ଫସଲ ହାନି । ବିଲରେ ଶଢ଼ିି ଗଲା ସବୁ ଫସଲ । ଫସଲ ଦେଖି ଚିନ୍ତାରେ ପଡ଼ି ଯାଇଛି ଚାଷୀ । କେମିତି ସୁଝିବ ଋଣ । କେମିତି କରିବ ପରିବାର ପ୍ରତିପୋଷଣ । ନବରଙ୍ଗପୁରରେ ହୋଇଥିବା କାଳବୈଶାଖୀ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ ।

publive-imageଆଶା ଥିଲା ଭଲ ଫସଲ ଅମଳ ହେବ, ଦି ପଇସା ଲାଭ ହେବ । ହେଲେ ଚାଷୀର ଏ ଆଶା ମଉଳି ଯାଇଛି । କାରଣ କାଳବୈଶାଖୀ ବର୍ଷା ଓ କୁଆପଥର ମାଡରେ ନଷ୍ଟ ହୋଇଯାଇଛି ଫସଲ । ଗଛରେ ଶଢ଼ି ଯାଇଛି ବାଇଗଣ, ତଳେ ଶୋଇପଡ଼ିଛି ମକା ଗଛ । ବିନ, ପିଆଜ, ଟମାଟୋ, ପୋଟଳ ଫସଲର ମଧ୍ୟ ସମାନ ଅବସ୍ଥା । ପରିବା ଜମିରେ ନଷ୍ଟ ହେବା ଦେଖି ଭାଙ୍ଗି ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ପାୱାରବେଲ ଅଂଚଳର ଚାଷୀ ।

publive-imageକେତେବେଳେ ପ୍ରବଳ ବର୍ଷାରେ ଚାଷ କ୍ଷତି ହେଉଛି ଅନ୍ୟ କେତେବେଳେ ବିନା ବର୍ଷାରେ ମଧ୍ୟ ହେଉଛି ଚାଷ କ୍ଷତି । ଫସଲ ପାଇଁ ଧାର କରଜ କରି ପୁରା ଅର୍ଥ ଲଗାଇ ଦେଇଥିଲା ଚାଷୀ । ଆଶା ଥିଲା ଚାଷରୁ ଦୁଇ ପଇସା ଲାଭ ବାହାରିବ । କିନ୍ତୁ ସବୁ ଆଶାରେ ପାଣି ଭରିଦେଲା କାଳବୈଶାଖୀ । ଏପର୍ଯ୍ୟନ୍ତ ମଧ୍ୟ କୌଣସି ସରକାରୀ ବାବୁ ପାୱାରବେଲ ଅଂଚଳର ସରକାରୀ ବାବୁଙ୍କ ପାଖରେ ପହଂଚି ପାରି ନାହାନ୍ତି । ଚାଷୀର ଫସଲ ହାନି ବିଷୟରେ ଜିଲ୍ଲା କୃଷି ଅଧିକାରୀ ମଧ୍ୟ କ୍ୟାମେରା ସାମ୍ନାକୁ ଆସିବାକୁ ମନା କରିଦେଇଥିଲେ । ଏବେ ଦେଖିବାକୁ ବାକି କେବେ ଶୁଣିବେ ସରକାର କେବେ ଶୁଣିବେ ଚାଷୀର ଦୁôଃଖ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe