ବନ୍ୟା ଉଜାଡିଦେଲା ଫସଲ : ଆଠଗଡରେ ଏକର ଏକର ଜମିରେ ପନିପରିବା ଓ ଧାନ ଚାଷ ନଷ୍ଟ, କଂଟାପଡା ଓ ବାରଙ୍ଗ ବ୍ଲକରେ ବି ଏକା ଅବସ୍ଥା; କେମିତି ଚଳିବ ପରିବାର ଚିନ୍ତାରେ ଚାଷୀ 

111

କନକ ବ୍ୟୁରୋ : ମହାନଦୀ ବନ୍ୟା ଚାଷୀଙ୍କ ପାଇଁ ଆଣିଦେଇଛି ଦୁଃଖ ।  ବନ୍ୟା ସିନା ଚାଲିଯାଇଛି, କିନ୍ତୁ ନଷ୍ଟ ହୋଇଯାଇଛି  ଏକର ଏକର ପରିବା ଓ ଧାନ ଫସଲ ।ଆଠଗଡର କିଛି ନଦୀ ତଳିଆ ଅଂଚଳରେ ଏଭଳି ପରିସ୍ଥିତି ଦେଖାଦେଇଛି । ବର୍ଷକର ରୋଜଗାର ପନ୍ଥା ଚାଲିଯାଇଥିବାରୁ  ଚିନ୍ତାରେ ଆଠଗଡର ଚାଷୀ ।  କରଜ ସହ ହାଥ ଉଦ୍ଧାର କରି  ଜମିରେ କରିଥିବା ଫସଲ ଏବେ ଉଜୁଡିଯାଇଛି । ପରିବା ଫସଲ ଏବେ ପଚିସଢି ଯାଇଛି । 

ସେପଟେ କଟକ ଜିଲ୍ଲା ଅଧିନ  କଂଟାପଡା ଓ ବାରଙ୍ଗ ବ୍ଲକରେ ବି ସେହି ଏକା ଅବସ୍ଥା । ବନ୍ୟାରେ ଏଠାକାର ଚାଷୀଙ୍କ ମୁଣ୍ଡରେ  ସତେ ଯେମିତି ଚଡକ ପଡିଛି । ଏ ବର୍ଷ ପାଗ ଅନୁକୂଳ ନଥିବାରୁ ଚାଷୀ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିଲା  ।  କେନାଲରେ ପାଣି ଆସିବାରୁ  ଚାଷ କାମ ବି ବିଳମ୍ବରେ ଆରମ୍ଭ ହେଲା ।  କିନ୍ତୁ ଏବେ  ବନ୍ୟା ସବୁ ଉଜାଡି ଦେଇଛି । ଏକର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଛି ।