ବାପା ବିକ୍ରି କରନ୍ତି ପରିବା , ଏରୋନେଟିକ୍ ଇଞ୍ଚିନିୟରିଂ ପରୀକ୍ଷାରେ ଟପ୍ କରି ପରିବାର ପାଇଁ ଗର୍ବ ଆଣିଦେଲା ଝିଅ । ଘରକୁ ଛୁଟିଲା ଶୁଭେଚ୍ଛାର ସୁଅ

437

ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । ଏକଥା ପ୍ରମାଣ କରି ଦେଖାଇଛନ୍ତି ଜଣେ ପରିବା ବିକାଳିଙ୍କ ଝିଅ । କର୍ଣ୍ଣାଟକରେ ରହୁଥିବା ଲଳିତାଙ୍କ ପିତା ପେସାରେ ହେଉଛନ୍ତି ଜଣେ ପରିବା ବିକାଳି । ପରିବା ବିକି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ତେବେ ଅଭାବରେ ମଧ୍ୟ ଝିଅ ଲଳିତା ଏରୋନାଟିକ୍ ଇଞ୍ଜିନିୟରିଂ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ଝିଅର କୃତୀତ୍ୱ ଦେଖି ପିତାଙ୍କ ଖୁସି କହିଲେ ନସରେ । ଲଳୀତା ସ୍ୱର୍ଣ୍ଣ ପଦକ ସହ ଇଞ୍ଜିନିୟରିଂ ପାସ କରିଛନ୍ତି । ଲଳୀତାଙ୍କୁ ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।

ସୂଚନାନୁସାରେ, ଲଳୀତାଙ୍କ ପରିବାରରେ ଗ୍ରାଜୁଏଟ୍ ପାସ କରିଥିବା ପ୍ରଥମ ସଦସ୍ୟ ହେଉଛନ୍ତ ସେ ନିଜେ । ତାଙ୍କ ପରିବାର ଅନେକ ବର୍ଷ ଧରି ନେହେରୁ ବଜାରରେ ପରିବା ବିକ୍ରି କରିଆସୁଛି । କଠିନ ପରିଶ୍ରମ କରି ଲଳୀତା ପରୀକ୍ଷାରେ ୯.୭ ପ୍ରତିଶତ ମାର୍କ ହାସଲ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଲଳୀତା ପାଠ ପଢିବା ସହିତ ପରିବା ବିକ୍ରିରେ ବାପା’ମାଙ୍କୁ ସାହାଯ୍ୟ କରିଥାନ୍ତି । ସେ ପ୍ରତିଦିନ ସକାଳ ୩-୪ ସମୟରେ ଉଠିଥାନ୍ତି । ଏଥି ସହିତ ବାଙ୍ଗଲୋର ସ୍ଥିତ ‘ଇଷ୍ଟ ୱେଷ୍ଟ କଲେଜ ଅଫ୍ ଇଞ୍ଜିନିୟରିଂ’ ଯିବା ଆଗରୁ ଦୋକାନରେ ବସି ଅଧ୍ୟୟନ କରିଥାନ୍ତି । ଲଳୀତାଙ୍କ ବାପା , ମାଆ ୫ମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ୨୨ବର୍ଷିୟ ଲଳୀତା ୨୦୧୫ରେ ପ୍ରଥମ ଥର ପାଇଁ ବାଙ୍ଗାଲୋର ଯାଇଥିଲେ । ‘ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ’ ପକ୍ଷରୁ ତାଙ୍କୁ ତାଲିମ୍ ରେ ପଠାଇବା ପାଇଁ ଚୟନ କରାଯାଇଥିଲା । ଲଳୀତାଙ୍କ ଆଶା ରହିଛି କି ତାଙ୍କୁ ଏହି କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିବ । ଯେଉଁଥିପାଇଁ ସେ ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି ।